Browsing Category

କବିତା

ନମସ୍ତେ ମା’ କାଳରାତ୍ରି

ନମସ୍ତେ ମା' କାଳରାତ୍ରି କରାଳ ଵଦନୀ l ଉନ୍ମୁକ୍ତ କୁନ୍ତଳେ ମାତେ ବିପୁଳ ଦଶନୀ ll ମହାଦେବୀ ମହାମାୟୀ ଋଗ୍ବେଦ ବର୍ଣ୍ଣିତା l ଶକ୍ତିମୟୀ ରାତ୍ରୀରୂପେ ଶକ୍ତି ପରମାତ୍ମା ll ଘୋର ତିମିରରେ କରୁ ଏ ବିଶ୍ୱ ବିଲୟ l ଅଜ୍ଞାନ ତିମିର ନାଶୁ ଦାନେ ବରାଭୟ ll ନିଦ୍ରାରୂପେ ସର୍ବପ୍ରାଣୀ ମଧ୍ୟେ…

ହେ ମହାମାନଵ ଶାନ୍ତିଦୂତ

ଚନ୍ଦ୍ରଶେଖରଙ୍କ ନିବାସ ସ୍ଥାନ, ପୁରାଣ ପ୍ରସିଦ୍ଧ ସେ କାଶୀଧାମ, ଲାଲ ବହାଦୁର ପାଶେ ଜନମିଲେ ଅକଟୋବର ଦୁଇ ତାରିଖେ ଜାଣ ll ଶାରଦା ପ୍ରସାଦ ରାମ ଦୁଲାରୀ, ପାଳିଲେ ପୁତ୍ରକୁ ଶରଧା କରି, ବାପା ବାଲ୍ୟକାଳେ ହେଲେ ସ୍ଵର୍ଗବାସୀ ଲାଲବାହାଦୁରେ ଅନାଥ କରି ll ବାଲ୍ୟ କାଳୁ ସହି କେତେ କଷଣ,…

ଗାନ୍ଧୀ ଜୟନ୍ତୀ

ଦେଶ ହିତ ପାଇଁ କହିଥିଲେ ଗାନ୍ଧୀ ଅହିଂସା ପରମ ଧର୍ମ ଆଠ ଟା ଅକ୍ଷର ସହଜ ଧାଡ଼ିର କେହି ବୁଝିଲେ ନି ମର୍ମ l ଅହିଂସା ନୀତିକୁ ଆପଣେଇ ଦେଶ ପରାଧୀନୁ ହେଲା ମୁକ୍ତ ସତ୍ୟ ନ୍ୟାୟ ଧର୍ମ ପଥ ଅନୁସରି ପାଲଟିଲୁ ଦେଶ ଭକ୍ତ l ଅହିଂସାର ନୀତି ହେଲାଣି ଅତୀତ ଏବେ ଘଟେ ଖାଲି ହିଂସା ଘଟେ ଅଘଟଣ…

ଅଧା ଲଙ୍ଗଳା ଫକୀର

କୁଲିର ଦେଶୁ ଆସିଛି ନାମ ତାର ଗାନ୍ଧୀ l ଆଣ୍ଠୁ ଲୁଚେ ନାହିଁ ଲୁଗା ପିନ୍ଧି ଅଛି ଖଦି ll ଘୋଡ଼ି ହୋଇଅଛି ମାତ୍ର ଖଣ୍ଡିଏ ଚଦର l ସାତସିଆଁ ଜୋତା ଅଧାଲଙ୍ଗଳା ଫକୀର ll ଗୋଲ ଟେବୁଲ ବୈଠକେ କରିବ ମନ୍ତ୍ରଣା l ବୁଦ୍ଧି କାହିଁ ଇଏ ହେବ ନିଶ୍ଚେ ବାଟ ବଣା ll ଚର୍ଚ୍ଚିଲ ସାହେବ ତୁମେ ନିଶ୍ଚେ…

ନମସ୍ତେ ମାତା କାତ୍ୟାୟନୀ

ନମସ୍ତେ ମା' କାତ୍ୟାୟନୀ ମାଆ ମହାଚଣ୍ଡୀ l ତୋତେ ସୁମରିଲେ ମାତ ଦୁଃଖ ଯାଏ ଖଣ୍ଡି ll ସୁଖଦେ,ମୋକ୍ଷଦେ ମାତେ ତୁହି ବରଦାୟୀ l ଜଗତ ଜନନୀ ତୁହି ଲୋ କଲ୍ୟାଣ ମୟୀ ll ଶ୍ରୀମାର୍କଣ୍ଡେୟ ପୁରାଣରେ ରହିଅଛି ଗାଥା l ସୁରଥେ ସୁଖ ଓ ସମାଧିଙ୍କୁ ମୋକ୍ଷ କଥା ll ଭକ୍ତିଧନ ପ୍ରାପ୍ତହୋଇ ତୋ…

ନକଲି

ଯୁଗେ ଯୁଗେ ନକଲିର ଅଛି ଇତିହାସ ନକଲି ସୀତାଙ୍କୁ ନେଇ ରାମ ବନବାସ l ସୀତାଙ୍କୁ ହରିବା ପାଇଁ ରାବଣ ଚିନ୍ତିଲା ନକଲି ହରିଣ ସାଜି ମାରିଚ ବୁଲିଲା l ବିଂଶବାହୁ ଗଲା ବନି ନକଲି ବାବାଜୀ କୁଟୀରରୁ ଝାମ୍ପି ନେଲା ସାଧୁ ବେଶ ସାଜି l ନକଲି ସ୍ୱାମୀ ରୂପରେ ଇନ୍ଦ୍ର ପହଁଚିଲେ ମିଥ୍ୟା…

ବିଜନ ବେଳାର ସାଥି

ତୁମେ କିଏ ମୋର ପଚାରେ ଯଦି କେ କି ଦେବି ତାକୁ ମୁଁ ଉତ୍ତର ବିଜନ ବେଳାର ସାଥିଟିଏ ହୋଇ ଆସିଲ ଜୀବନେ ମୋହର। ଖସଡ଼ା ପଥରେ ବାଟ ଚାଲୁ ଚାଲୁ ଧରିନେଲ ହାତ ମୋହର ଅଙ୍କାବଙ୍କା ନଈ ବହିଯାଏ ମୁହିଁ ସାଜିଲ ଯେ ତୁଠ ପଥର ଚାଲିବାକୁ ମୋତେ ଦେଖାଇଲ ପଥ ହେଉ ବା ଯେତେ ବନ୍ଧୁର । ବିଜନ…

ଚୁପ ରହିବା ଭଲ !

ସାବଧାନ ସାଧୁ ସାବଧାନ ! ମୁହଁ ଖୋଲିଲେ ବିପଦ ଘନେଇ ଆସିବ ସାମ୍ନାକୁ ରାଜନୀତିର ପଶାପାଲିରେ ଛନ୍ଦି ହୋଇଯିବ ଜୀବନ l ସମୟର ଚକ୍ରବ୍ୟୁହ ରେ ସାବଧାନତା ନରହିଲେ ନିଜର ହୋଇବେ ପର ମାନସିକ ଚାପରେ ବ୍ୟସ୍ତ ପାଦ ତଳୁ ମାଟି ଖସିବାର ! ତୁମେ ଯେତେ ସାଉଁଟି ଥାଅ ମାନ ସମ୍ମାନ ପ୍ରଶଂସା…

ନମସ୍ତେ ଦେବୀ ସ୍କନ୍ଧମାତା

ନମସ୍ତେ ବିଶ୍ୱଜନନୀ ଦେବୀ ସ୍କନ୍ଧମାତା l ଦେବଗଣ ସ୍ତୁତିକଲେ ହେଲୁ ଆବିର୍ଭୁତା ll ହିମାଳୟ ପୁରେ ବାଜେ ମଙ୍ଗଳ ମହୁରୀ l ଉମା ଅବତାର ମୈନା କୋଳ ପୂର୍ଣ୍ଣକରି ll ଦେବକାର୍ଯ୍ୟ ସାଧିବାକୁ ମାତାଙ୍କ ଉତ୍ପତ୍ତି l ଉମା ଶିବ ମିଳନରୁ ଦେବ ସେନାପତି ll ଜନ୍ମହେବେ ଦେବସ୍କନ୍ଧ ତାରକ ନିଧନେ l…

ନମସ୍ତେ କୁଷ୍ମାଣ୍ଡା ମାତା

ନମସ୍ତେ କୁଷ୍ମାଣ୍ଡା ମାତା ତ୍ରିତାପ ହରିଣୀ l ଅଷ୍ଟଭୁଜେ ମହାମାୟୀ ଜଗତ ପାଳିନୀ ll ସଂସାରର ସର୍ବ କୁଷ୍ମା ବହି ମା ଉଦରେ l କୁଷ୍ମାଣ୍ଡା ନାମ ବହିଲୁ ମାଆ ଜଗତରେ ll ସପ୍ତହସ୍ତେ ଶୋଭା ମାତ ନାନା ଅସ୍ତ୍ରାବଳୀ l ଦକ୍ଷିଣ ହସ୍ତେ ଧରିଛୁ ଦୃଢ଼େ ଜପାମାଳୀ ll କେଶରୀ ବାହନେ କରୁ ବିଶ୍ୱ…