ଗାନ୍ଧୀ ଜୟନ୍ତୀ

ବିଳାସ ଚନ୍ଦ୍ର ବେହେରା

ଦେଶ ହିତ ପାଇଁ କହିଥିଲେ ଗାନ୍ଧୀ
ଅହିଂସା ପରମ ଧର୍ମ
ଆଠ ଟା ଅକ୍ଷର ସହଜ ଧାଡ଼ିର
କେହି ବୁଝିଲେ ନି ମର୍ମ l
ଅହିଂସା ନୀତିକୁ ଆପଣେଇ ଦେଶ
ପରାଧୀନୁ ହେଲା ମୁକ୍ତ
ସତ୍ୟ ନ୍ୟାୟ ଧର୍ମ ପଥ ଅନୁସରି
ପାଲଟିଲୁ ଦେଶ ଭକ୍ତ l
ଅହିଂସାର ନୀତି ହେଲାଣି ଅତୀତ
ଏବେ ଘଟେ ଖାଲି ହିଂସା
ଘଟେ ଅଘଟଣ ସ୍ପଷ୍ଟ ଦିବାଲୋକେ
କବଳିତ କରେ ନିଶା l
ଅକ୍ଟୋବର ଦୁଇ ଗାନ୍ଧୀଙ୍କ ଜୟନ୍ତୀ
ସରକାରୀ ଛୁଟି ପାଳୁ
ଗାନ୍ଧୀଙ୍କ ଆଦର୍ଶ ଧର୍ମେ ଆଖି ଠାର
ଲାଞ୍ଚ ନେଇ ଆମେ ଚଳୁ l
ଗାନ୍ଧୀଙ୍କ ମୃତ୍ତିରେ ଦେଈ ଫୁଲମାଳ
ବୋଲାଉ ଦେଶ ସେବକ
ଭାଷଣରେ ବିକି ଗାନ୍ଧୀ ନୀତି ବାଣୀ
କର୍ମରେ ସାଜୁ ଭକ୍ଷକ l
ଗାନ୍ଧୀ ଗୋପବନ୍ଧୁ କର୍ମକୁ ବରିଲେ
ଦେଶ ହେବ ଆମ ଧନ୍ୟ
ହୃଦୟେ ଜାଗ୍ରତ ଅହିଂସାର ସ୍ରୋତ
ଭାରତ ହେବ ମହାନ l

ନଳିତା ନିଳୟ,
ବନ୍ତୁଣିଆ, 42 ମୋୖଜା,
କଟକ

Comments are closed.