ଅଧା ଲଙ୍ଗଳା ଫକୀର

ଅର୍ଜୁନୀ ଚରଣ ବେହେରା

କୁଲିର ଦେଶୁ ଆସିଛି ନାମ ତାର ଗାନ୍ଧୀ l
ଆଣ୍ଠୁ ଲୁଚେ ନାହିଁ ଲୁଗା ପିନ୍ଧି ଅଛି ଖଦି ll
ଘୋଡ଼ି ହୋଇଅଛି ମାତ୍ର ଖଣ୍ଡିଏ ଚଦର l
ସାତସିଆଁ ଜୋତା ଅଧାଲଙ୍ଗଳା ଫକୀର ll
ଗୋଲ ଟେବୁଲ ବୈଠକେ କରିବ ମନ୍ତ୍ରଣା l
ବୁଦ୍ଧି କାହିଁ ଇଏ ହେବ ନିଶ୍ଚେ ବାଟ ବଣା ll
ଚର୍ଚ୍ଚିଲ ସାହେବ ତୁମେ ନିଶ୍ଚେ ଅଟ ସଭ୍ୟ l
ବ୍ୟବହାରେ କିଆଁ ତୁମେ ଏଡ଼ିକି ଅସଭ୍ୟ ll
ଶାସକ ମୋ ଆହେ କରୁଅଛି ନିବେଦନ l
ଭୁଲି ଯାଇ ଅଛ ତୁମେ ହିତା ହିତ ଜ୍ଞାନ ll
ଦକ୍ଷିଣ ଆଫ୍ରିକା କଥା ମନେ ତୁମ ନାହିଁ l
ଚାପୁଡ଼ା ଖାଇଲ ଗାଲେ କୁଲିବୋଲି କହି ll
କୁଲିର ଦେଶ ନୁହେଁ ମୋ ଭାରତ ମହାନ l
ସତ୍ୟ ଅହିଂସା ଅସ୍ତ୍ରରେ ଏହା ବଳିୟାନ ll
ସେ ଦେଶକୁ ଖାଉଅଛ ତୁମ୍ଭେ ନିତି ଲୁଟି l
ଦେଖାଉ ଅଛ ଆମ୍ଭରେ ଭୁଜଙ୍ଗ ଭୃକୁଟି ll
ସଙ୍ଗେ ଆଣିଅଛି ଦେଖ ମାଟି ପାତ୍ର ଥାଳ l
ୟାରବାଡ଼ା ଜେ-ଲରେ ମୋତେ ଦେଇଥିଲ ll
ଏହା ଅଟଇ ତୁମର ସଭ୍ୟ ଦେଶ କଥା l
ଅଧିକ ମୁଁ କହୁ ନାହିଁ ଲଙ୍ଘି ଶାଳୀନତା ll
ଡ଼କାଇଛ ଠକିବାକୁ ଏ ଗୋଲ ଟେବୁଲ l
ଦେଖ ଫକୀର କରୁଛି କେମନ୍ତ କମାଲ ll
ମହାନ ଅଟ ବାପୁହେ ହେ ଗାନ୍ଧି ମହାତ୍ମା l
ବିଶ୍ୱରେ ଚର୍ଚ୍ଚିତ ଆଜି ତୁମ୍ଭରି ବାରତା ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.