ବସନ୍ତ ପଞ୍ଚମୀ ଆଜି

ଅର୍ଜୁନୀ ଚରଣ ବେହେରା

ବସନ୍ତ ପଞ୍ଚମୀ ଆଜି
============
ବସନ୍ତ ପଞ୍ଚମୀ ଆଜି ଜଗତରେ ବାଜା l
ବିଦ୍ୟାର୍ଥୀ କରନ୍ତି ଜଗଜ୍ଜନନୀଙ୍କ ପୂଜା ll
ଘଣ୍ଟ, ଶଙ୍ଖ ନାଦେ ଧରା ପଡ଼ୁଛି ଉଚ୍ଛୁଳି l
ମଙ୍ଗଳମହୁରୀ ବାଜେ ପଡ଼େ ହୁଳହୁଳି ll
ବ୍ରହ୍ମମୟୀ ବ୍ରହ୍ମବାଦୀ ବୀଣା ହସ୍ତେ ଧରି l
ବ୍ରହ୍ମ ଲୋକୁ ଆସିଛନ୍ତି ଧରା ଅବତରୀ ll
ସନ୍ତାନମଙ୍ଗଳ ବାଞ୍ଛି ବିଦ୍ୟା ପ୍ରଦାୟିନୀ l
ଶୁଭ୍ରମରାଳ ମାଆଙ୍କ କରେ କଳଧ୍ଵନୀ ll
ଶାରଦେ ବରଦେ ମାତ ଶୁଭ୍ରପଦ୍ମାସନୀ l
କୁନ୍ଦେନ୍ଦୁ ହାର ଧବଳା ତୁଷାର ବରନୀ ll
ବେଦପ୍ରଦାୟିନୀ ମହାଦେବୀ ସରସ୍ଵତୀ l
ଭାରତବକ୍ଷେ ଅଛନ୍ତି ରୂପ ସ୍ରୋତସ୍ଵତୀ ll
ଜୟତୁ ଜୟତୁ ବିଦ୍ୟେ କମଳଲୋଚନୀ l
କବିଙ୍କଜନନୀ କାବ୍ୟକଳା ଠାକୁରାଣୀ ll
ଅଜ୍ଞ ବିଜ୍ଞ ହୁଏ ମାତ ତୋର ଦୟାବଳେ l
ନମ ବାଣୀ ଖିଳରାଣୀ ତୁଷାର ଧବଳେ ll
ବିଦ୍ୟା ବୁଦ୍ଧିହୀନ ଯନ୍ତ୍ରମନ୍ତ୍ର ମୁଁ ଜାଣେନା l
କିଭାବେ କରିବି ମାତା ତୁମ୍ଭ ନିରାଜନା ll
ପୁଷ୍ପାଞ୍ଜଳୀ ଦେଲି ମାତ୍ର ଧବକ ପୁଷ୍ପରେ l
ଦୟା ରଖିଥିବୁ ମାତେ ମୁଢ଼ ଅଜ୍ଞାନରେ ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -769309197

Comments are closed.