ଚୁପ ରହିବା ଭଲ !

ମନୋଜ କୁମାର ଦାସ

ସାବଧାନ
ସାଧୁ ସାବଧାନ !
ମୁହଁ ଖୋଲିଲେ ବିପଦ
ଘନେଇ ଆସିବ ସାମ୍ନାକୁ
ରାଜନୀତିର ପଶାପାଲିରେ
ଛନ୍ଦି ହୋଇଯିବ ଜୀବନ l
ସମୟର ଚକ୍ରବ୍ୟୁହ ରେ
ସାବଧାନତା ନରହିଲେ
ନିଜର ହୋଇବେ ପର
ମାନସିକ ଚାପରେ ବ୍ୟସ୍ତ
ପାଦ ତଳୁ ମାଟି ଖସିବାର !
ତୁମେ ଯେତେ ସାଉଁଟି ଥାଅ
ମାନ ସମ୍ମାନ ପ୍ରଶଂସା ପତ୍ର
କାମ ଦେବନି ଆଗାମୀ ଦିନ l
ପ୍ରତିପକ୍ଷର ମାୟା ଜାଲରେ
ଝରା ଫୁଲ ପରି ଝରିଯିବ
କାହାକୁ ଦେଇପାରିବ ଦୋଷ
ଚୁପ ରହିବା ସବୁଠୁ ଭଲ !
__&&&&&&&___
ଆଳି ଜଙ୍ଗା, କପାଳେଶ୍ଵର,
କେନ୍ଦ୍ରାପଡ଼ା
୯୯୩୭୧୭୮୭୫୫

Comments are closed.