ଭୁବନେଶ୍ୱର: ଓସିଏସ୍ ପରକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଣିକି ୟୁପିଏସ୍ସି ଭଳି ଓସିଏସ୍ରେ ମଧ୍ୟ ଗୋଟିଏ ଅପସନାଲ। ଓଡ଼ିଶା ସିଭିଲ ସର୍ଭିସେସ୍ ଏକଜାମ୍ ସଂଶୋଧନ ପ୍ରସ୍ତାବକୁ ମିଳିଛି ମଂଜୁରୀ। ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ କରାଯାଇଛି। ଏଣିକି ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା କରାଯିବ।ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ମଧ୍ଯ ସଂଶୋଧନ। ଯେଉଁ ପରୀକ୍ଷାର୍ଥୀ ମାନେ ଚାହିଁବେ ଇଂରାଜୀ କିମ୍ବା ଓଡ଼ିଆରେ ଲେଖିପାରିବେ ଗୋଟିଏ ପ୍ରବନ୍ଧ। ସେହିପରି ଯେଉଁମାନେ ଚାହିଁବେ ସାକ୍ଷାତକାର ଓଡ଼ିଆରେ କିମ୍ବା ଇଂରାଜୀରେ ଦେଇପାରିବେ। SC ଓ ST ବର୍ଗ ମାନଙ୍କ ପାଇଁ ପୂର୍ବଭଳି ଯେତେଥର ଚାହିଁବେ ଦେଇପାରିବେ ପରୀକ୍ଷା। ସେହିପରି ଅଣସଂରକ୍ଷିତ ବର୍ଗ ୪ ଥର ଦେଇପାରୁଥିଲା ବେଳେ ଏବେ ୬ ଥର ଦେଇପାରିବେ।
Sign in
Sign in
Recover your password.
A password will be e-mailed to you.
Comments are closed.