ଶ୍ରୀକ୍ଷେତ୍ରର ଶିରି

ଅର୍ଜୁନୀ ଚରଣ ବେହେରା

ଶ୍ରୀକ୍ଷେତ୍ରର ଶିରି
=============
ଶୁଣ ପ୍ରଭୁ ମୁହିଁ କହୁଛି ବୁଝାଇ ଆହେ
ନୀଳାଚଳ ସାଇଁ l
ଲକ୍ଷ୍ମୀ ସାଆନ୍ତାଣୀ ବିଶ୍ଵ ଠାକୁରାଣୀ
କାନ୍ଦୁଛନ୍ତି କଇଁ କଇଁ ll
ଲକ୍ଷ୍ମୀକଲେ କୋପ କେ ରଖିବ ବାପ
ଆହେ ଜଗତର ପତି l
ତୁମ୍ଭ ବାସ ତାଙ୍କ ଶ୍ରୀ ମନ୍ଦିରେ ମାଆ
ରାନ୍ଧି ବାଢ଼ି ପରସନ୍ତି ll
ଗେଫା ମାରି ଦୁଇ ଭାଇ ତିନି ବେଳା
ଆରାମେ ପହଡ଼ ଯାଅ l
ଭଉଣୀ ସୁଭଦ୍ରା ଗେଲ ହେଉ ଥାନ୍ତି
କେତେ କଥା ତାଙ୍କୁ କୁହ ll
ମାଆଙ୍କୁ ନନେଇ ଭକ୍ତ ମେଳେ ଯାଅ
ରଥ ଯାତରାରେ ବୁଲି l
ମାଆ କୋପ କଲେ ଜଳିବ କି ଆଉ
ତୁମ୍ଭ ରୋଷଘର ଚୁଲି ll
ଚଣ୍ଡାଳ ସାହିକି ବୁଲି ଗଲେ ବୋଲି
କେତେ କଲ କଲବଲ l
ହିନୀମାନ ଯେତେ କରିଲ ମାଆଙ୍କୁ
ନକହିଲେ ହେବ ଭଲ ll
ତଡ଼ିଲ ପା ତୁମ୍ଭେ ବଡ଼ ଦେଉଳରୁ
ଲକ୍ଷ୍ମୀ ପରାଏ ଭାରିଯା l
ମଜା ବାହାରିଲା ଭଜା ଖଇ ଖାଇ
କହିବାକୁ ଲାଗେ ଲଜ୍ଜା ll
ଚୋଉଦ ବ୍ରହ୍ମାଣ୍ଡ ପଡ଼ିଦାତ୍ରୀ ମାଆ
ଆହେ ବ୍ରହ୍ମାଣ୍ଡ ଗୋସାଇଁ l
ହେ ବିଶ୍ଵବିଧାତା ଆଉ ଏହି କଥା
ଆଗକୁ ହୋଇବ ନାହିଁ ll
ଜୟ ଜୟ ରମା ସିନ୍ଧୁ ରାଜଜେମା
କୋଟି କୋଟି ନମସ୍କାର l
ଶ୍ରୀକ୍ଷେତ୍ରର ଶିରି, ଘର କରି ଥାଆ
ମରତେ ବୈକୁଣ୍ଠ ପୁର ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.