ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ-୨୦୨୫

0

ନୟାଗଡ଼: ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ, ନିଷ୍ଠାପର କାର୍ଯ୍ୟଶୈଳୀ ଓ ଦାୟିତ୍ୱବୋଧର ଉଚିତ ସ୍ୱୀକୃତି ସ୍ୱରୂପ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ୨୦୨୫ ଶିକ୍ଷାବର୍ଷ ପାଇଁ ସମ୍ମାନଜନକ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ’ ପୁରସ୍କାର ପ୍ରଦାନ କରାଯାଇଛି।

ତାଙ୍କର ଏହି ସଫଳତା କେବଳ ଦଶପଲ୍ଲା ବ୍ଲକ ନୁହେଁ, ସମଗ୍ର ନୟାଗଡ଼ ଜିଲ୍ଲାର ଶିକ୍ଷା ଜଗତ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ଶିକ୍ଷାର ଗୁଣାତ୍ମକ ବିକାଶ, ବିଦ୍ୟାଳୟଗୁଡ଼ିକର ସାମଗ୍ରିକ ଉନ୍ନତି ଏବଂ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ତାଙ୍କର ଅବଦାନ ଏହି ସମ୍ମାନର ମର୍ଯ୍ୟାଦାକୁ ଆହୁରି ବୃଦ୍ଧି କରିଛି।

ଏହି ସମ୍ମାନ ତାଙ୍କର କାର୍ଯ୍ୟନିଷ୍ଠା ଓ ସମର୍ପଣ ଭାବର ଏକ ଉଲ୍ଲେଖନୀୟ ସ୍ୱୀକୃତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଏହି ସଫଳତା ଅନ୍ୟ ଶିକ୍ଷା ଅଧିକାରୀ ଓ ଶିକ୍ଷକମାନଙ୍କୁ ମଧ୍ୟ ଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଅଧିକ ପ୍ରେରଣା ଯୋଗାଇବ।

Leave A Reply

Your email address will not be published.