Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ଜୟ ମା’ ଅପରାଜିତା
ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ
ଜୟ ମା' ବିଶ୍ୱବନ୍ଦିତା l
ଦୁର୍ଗତି କାଳରେ ତୁହି ଏକା ସାହା
ଜୟ ମା' ଅପରାଜିତା ll
କଉଣପ କୂଳେ ଧରା ଭାରି ହେଲା
ଆକୁଳେ ଡାକିଲା ମହୀ l
ଦିବ୍ୟ ଧାମ ଛାଡ଼ି ଓହ୍ଲାଇ ଆସିଲୁ
ମାଆଲୋ କରୁଣାମୟୀ ll
ଦେବ ଯକ୍ଷ ନର ଗନ୍ଧର୍ବ କିନ୍ନର
ସର୍ବେ ହୋଇ ଏକ ମୁଖ l…
ଭାରତରତ୍ନ ଅବଦୁଲ କାଲାମ
ଶ୍ରୀରାମେଶ୍ୱର ରାମେଶ୍ୱରରେ
ତ୍ରେତୟା ଯୁଗ କଥା l
ଶ୍ରୀରାମ ଥାପି ବାନ୍ଧିଲେ ବନ୍ଧ
ଉଦ୍ଧାର ପାଇଁ ସୀତା ll
ଏ କଳି ଯୁଗେ ପ୍ରମାଣ ତାର
ଅଛି ସେ ଶିବଲିଙ୍ଗ l
ସେ ଭୂମେ ଦିନେ ଜନମ ନେଲା
ଏକ ଅଗ୍ନି ସ୍ପୁଲିଙ୍ଗ ll
ଅବଦୁଲ କାଲାମ ନାଆଁ ତା'ର
ଗରିବ ବାପ ମାଆ l
ନାଵ ଚାଳିବା କୁଳ ବେଉସା…
ମିଛେ ଗଲି ବୃନ୍ଦାବନ
ମିଛେ ଗଲି ବୃନ୍ଦାବନ ସଜନୀରେ
ମିଛେ ଗଲି ବୃନ୍ଦାବନ l
ବୃନ୍ଦାବନେ ଦେଖି ବୃନ୍ଦାବନ ଚନ୍ଦ୍ର
ଯଶୋଦା ନନ୍ଦ ନନ୍ଦନ ll
ରାଧା କୁଣ୍ଡ ଶ୍ୟାମ କୁଣ୍ଡରେ ସ୍ନାହାନ
ପରିକ୍ରମା ଗୋବର୍ଦ୍ଧନ l
ମଥୁରା ଚତୁର ମାମୁଁ କାରାଗାର
ରାସ କୁଞ୍ଜ ନିଧି ବନ ll
ବାଙ୍କ ବିହାରୀଙ୍କ ବାଙ୍କ ଚୂଡ଼ା ଦେଖି…
ଗର୍ଭଣା ସଂକ୍ରାନ୍ତି
ଆଜି ଗର୍ଭଣା ସଂକ୍ରାନ୍ତି କୃଷକ ଆନନ୍ଦ l
ଅଶିଣର ବାଆ ବହେ କ୍ଷେତେ ମନ୍ଦମନ୍ଦ ll
କରି ପିଠା ପଣା କେତେ କୃଷକ ଘରଣୀ l
ପୂଜା କରିଲେଣି ଘରେ ଲକ୍ଷ୍ମୀ ଠାକୁରାଣୀ ll
କୃଷକ ନିଧିଆ ସାରି ସକାଳୁ ସ୍ନାହାନ l
କ୍ଷେତକୁ ଯାଉଛି ଧରି ସିନ୍ଦୁର ଚନ୍ଦନ ll
ଗୁଆଳି ଡ଼ାଳୁଆ ହାତେ ଧରି ବତା ଗଜ l…
ମନେ ପଡ଼ନ୍ତି ଖୋକା ଭାଇ
ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର l
ମନେ ପଡ଼ିଯାଏ ଆଜି ଖୋକାଭାଇ ମୋର ll
ଏ ତ କଳି କାଳ ରୀତି ବିପରୀତ ଭାଇ l
ଦଶରାବଜାରେ ଗୀତ ଗାଏ ଖୋକାଭାଈ ll
କଟକେ ବଗିଚା ନାମ ଅଟେ ତ୍ରିକୋଣିଆ l
ଢୁଲ ପାରେ ପାରେ ବଜା ଆରେ ଵଜନିଆ ll
ସକାଳର ଗାଡ଼ି ଗଲା କଳା ଧୂଆଁ ଛାଡ଼ି l
ମହାନଦୀରେ ନଉକା…
କନିଷ୍ଠ ସଂଗ୍ରାମୀ ବାଜି ରାଉତ
ଵର୍ଷା ଭିଜା କାଳରାତ୍ରୀ ଗରଜୁଛି
ଫୁଲି ଉଠିଅଛି ବ୍ରାହ୍ମଣୀ ପାଣି l
ଉଛୁଳା ବ୍ରାହ୍ମଣୀ ଘାଟ ଜଗି ଅଛି
ବାଜିଆ ବାଳକ ବୀର ଅଗ୍ରଣୀ ll
ସିଂହର ବଳ ବୁକୁରେ ଭରା ତା
ଟକମକ ହୋଇ ଫୁଟେ ରକତ l
ଏ ଜାତି କୋଣାର୍କ ଧରମପଦ ସେ,
ବାର ବର୍ଷ ବାଜି ମାତୃ ଭକତ ll
ଉତ୍କଳ ମାତାର ଅଲିଅଳ ଧନ,
ନରମ…
କାର୍ତ୍ତିକ ମାହାତ୍ମ୍ୟ
ମାସ ମଧ୍ୟେ ଶ୍ରେଷ୍ଠ ମାସ କାର୍ତ୍ତିକଟି ଜାଣ l
କାର୍ତ୍ତିକ ମାହାତ୍ମ୍ୟ କହେ ଶ୍ରୀପଦ୍ମପୁରାଣ ll
ଦେବଙ୍କ ମଧ୍ୟରେ ଶ୍ରେଷ୍ଠ ଶ୍ରୀ ମଧୁସୂଦନ l
ବଦରିକା ତୀର୍ଥ ଶ୍ରେଷ୍ଠ ତୀର୍ଥ ନାରାୟଣ ll
କାର୍ତ୍ତିକର ସମ ମାସ ପୁଣ୍ୟ ମାସ ନାହିଁ l
ସତ୍ୟଯୁଗ ପରି ଯୁଗ ଆଉ ଯୁଗ କାହିଁ ll
ଶାସ୍ତ୍ର…
ମୋ ରାଇଜ କେଡ଼େ ସୁନ୍ଦର
ଓଡିଶା ମାଟିରେ ଜନମ ମୋର
ମଧୁର କୋମଳ ମୋ ଭାଷା ସ୍ବର ।
ମୁଁ ଓଡ଼ିଆ ମୋର ଭାଷା ବଢ଼ିଆ
ସୈନିକ ଆମର ଅଟେ ଲଢ଼ୁଆ ।
ଛଉ ଗୋଟିପୁଅ ଓଡ଼ିଶୀ ନୃତ୍ୟ
ଦେଶ ବିଦେଶରେ ହୁଏ ଚର୍ଚ୍ଚିତ ।
ପାହାଡ ଝରଣା କେଡ଼େ ସୁନ୍ଦର
କାରୁକାର୍ଯ୍ୟ ଭରା ଆମ ମନ୍ଦିର ।
ଯାଜପୁର ଜିଲ୍ଲା ବିରଜା କ୍ଷେତ୍ର
ଦେଖିଲେ…
କନ୍ୟାରତ୍ନ
କନ୍ୟା ରତ୍ନ ଅଟେ ମହାଧନ ସାଧୁ ଶୁଣ l
କନ୍ୟାକୁ ସଜ୍ଜନ କର ନାହିଁ ହୀନିମାନ ll
ଦୁଇକୁଳ ହିତା ଯେଣୁ ନାମ ତା ଦୁହିତା l
ଅବଳା ଦୁର୍ବଳା ନୁହେଁ ସୁବର୍ଣ୍ଣ ସଳିତା ll
ତିନିରୂପେ ତାର ଅଟେ ମାତୃରୂପୀ କାୟା l
ଜନନୀ,ଭଗୀନୀ ପୁଣି ସେହିଅଟେ ଜାୟା ll…
ଥକାମନ ଚାଲ ଏଥର
ଥକା ମନ ଚାଲ ଏଥର,
କାର୍ତ୍ତିକେ ଦର୍ଶନ ଶିରିକ୍ଷେତର l (ଘୋଷା )
ସିନ୍ଧୁ ତଟେ ସେ କ୍ଷେତ୍ର ବର,
ତହିଁ ବିଜେ କଳି ଠାକୁର,
କାଳିଆ,ବଳିଆ,ଭଦ୍ରା, ସୁଦର୍ଶନ
ଚତୁର୍ଦ୍ଧା ମୂରତି କେଡ଼େ ସୁନ୍ଦର ll
ଏକାମ୍ରରେ ଲିଙ୍ଗ ଦର୍ଶନ,
ଗଉରୀ, ପାର୍ବତୀ ନନ୍ଦନ,
ଦକ୍ଷିଣେ ଚଳିବା ଶ୍ରୀକ୍ଷେତ୍ର ଧାମକୁ…