Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ଶରଦ ପୂର୍ଣ୍ଣିମା
ଶରଦ ପୂର୍ଣ୍ଣିମା ନିର୍ମଳ ଚନ୍ଦ୍ର l
କୁଆଁରୀମାନଙ୍କ ମନ ଆନନ୍ଦ ll
ଗୋଟାଥାଳି ପରି ମଲ୍ଲିଫୁଲିଆ l
ଜହ୍ନିଫୁଲେ ପୁଜି ଏକ ମାସିଆ ll
ବ୍ରତ କରିଛନ୍ତି କୁଆଁରୀ ମାନେ l
ପତିଲାଭ ହେଉ ସ୍କନ୍ଧ ଯେସନେ ll
ନିଶି ନାଥ ପ୍ରାୟେ ଚନ୍ଦ୍ର ଉଦିଆ l
ଅବା ପନ୍ଦ୍ରନେତ୍ର ଦେବଙ୍କ ନାହା ll
ମହାଯତି…
ମାଆ ମୋ ଯାଇଛି ଚାଲି
ନିସ୍ତବ୍ଧ ହୋଇଛି ଗହଳ ଚହଳ
ମାଆ ମୋ ଯାଇଛି ଚାଲି l
ଶୂନ୍ୟଲାଗେ ଆଜି ଏ ସାରା ଅବନୀ
ଆସ୍ଥାନ ପଡ଼ିଛି ଖାଲି ll
ଡ଼ଙ୍ଗା ବାହନରେ ଭଙ୍ଗା କାତମାରି
ଆସିଥିଲେ ପରା ମାଆ l
ଅଧମ ସନ୍ତାନେ କଲ୍ୟାଣ କରିବେ
ମାଆ ଛଡ଼ା କିଏ ସାହା ll
ଦୁଲୁ ଦୁଲୁ ବାଜି ଢକ୍କା ଡ଼ାକବାଜି
ବିପ୍ର ମନ୍ତ୍ର…
ଅଷ୍ଟରୂପେ ମାତା ଅଷ୍ଟନିଧି ପ୍ରଦାୟିନୀ
ନମସ୍ତେ ମା' ମହାଲକ୍ଷ୍ମୀ ପଦ୍ମା ପଦ୍ମାଳୟା l
ଅଷ୍ଟରୂପେ ଅଷ୍ଟଲକ୍ଷ୍ମୀ ମା'କଲ୍ୟାଣୀ କାୟା ll
ପ୍ରଥମରେ ଆଦ୍ୟ ଲକ୍ଷ୍ମୀ ତ୍ରିପୁରେ ପୂଜିତା l
ବିଷ୍ଣୁ ପାଟରାଣୀ ନମେ ସିନ୍ଧୁ ରାଜ ସୂତା ll
ଦ୍ୱିତୀୟେ ବନ୍ଦଇ ମୁହିଁ ମାତା ଧାନ୍ୟଲକ୍ଷ୍ମୀ l
ଧନ ଧାନ୍ୟେ ପୂର୍ଣ୍ଣ କର ଏ ସାରା ଧରିତ୍ରୀ ll…
ଫେରି ଯାଉଛନ୍ତି ମାଆ
କାଶତଣ୍ଡୀ ଶ୍ୱେତ ଚାମର ଆଲଟେ
ବହିଲା ପାର୍ବଣ ବାଆ l
ଭଦଭଦଳିଆ ରାବି ବୁଲୁଥିଲା
ସନ୍ଦେଶ ଦେଲେଣି ମାଆ ll
ତା ମର୍ତ୍ତ୍ୟ ଭୂମିରେ ଖେଳି ଯାଇଅଛି
ଚଉଦିଗେ ଅବସାଦ l
ସନ୍ତପ୍ତ ପରାଣି ଆରତେ ଡାକନ୍ତି ମାଆ
ଫେଡ଼ ଆମ ଖେଦ ll
ଦିବ୍ୟ ଧାମ ତେଜି ଓଲ୍ହାଇ ଆସିଲେ
ସନ୍ତାନରେ ବହି ଦୟା l…
ଦଶ ମହାବିଦ୍ୟା ବନ୍ଦନା
ଅବିଦ୍ୟା ନାଶିନୀ ମାଗୋ ଦଶ ମହାବିଦ୍ୟା l
ଦଶ ରୂପେ ଶିବଙ୍କର ନାଶିଲୁ ଅବିଦ୍ୟା ll
ଶାରଦୀୟ ଏ ପାର୍ବଣେ ବନ୍ଦେ ଦଶ ରୂପ l
ଆଜ୍ଞାନ ପତିତ ହୋଇ ଅଛି ଅନ୍ଧ କୂପ ll
ପ୍ରଥମେ ବନ୍ଦିଲି ମହୋତ୍କଟା ମହାକାଳୀ l
କାଳିମା ଛଡା଼ଅ ମାଗୋ କରେ ନିଉଛାଳି ll
ଦ୍ୱିତୀୟେ ବନ୍ଦନା କରେ ମାତା ଉଗ୍ରତାରା…
ଜୟ ମା’ ଶଇଳ ସୂତେ
ଦେଖ ଦେଖ ଭାଇ ବିଜେ ମହାମାୟୀ
ରତ୍ନମୟ ସିଂହାସନେ l
ଡାକି ଡାକି ମାତା ଆଶିଷ ଦିଅନ୍ତି
ଅଧମ ସନ୍ତାନ ଗଣେ ll
ଡିବି ଡିବି ବାଜେ ଯୋଡ଼ି ନାଗରା ଲୋ
ଢ଼ୋଲ, ଟମକ, ମହୁରୀ l
ବିମଳ ଶରତେ ମାଆ ଏ ମରତେ
ଆସିଛନ୍ତି ଅବତରି ll
ବିଦ୍ୟୁତ ଝଟକ ମାଆଙ୍କ ମୁକୁଟ
ଜଗତେ ନିର୍ମଳ ଶୋଭା l
କାଶତଣ୍ଡୀ…
ଜୀବନ ନୋହିବ ବିଫଳ
ଘୋଟି ଆସିଲାଣି ଘୋର କଳିକାଳ
କର୍ମ କଷଣକୁ ସଭିଏଁ ଦୁର୍ବଳ।
ଦେଖୁ ଦେଖୁ ସର୍ବେ ହେବେ ହୀନବଳ
ଦେଖି ଦେଖି ସବୁ ଦୁନିଆଁର ରୀତି
ମୁରୁକି ହସୁଛି ଦେଖ ମହାକାଳ।
ଘଡ଼ି ଘଡ଼ି ଛୁଟେ ବ୍ୟାକୁଳ ଜୀବନ
ପାଇବାକୁ ପରା ମହାକାଳ ଫଳ।
ବୃଥା ଅଭିମାନ ଅଳିକ ବଡ଼ିମା
ଛାଡ଼ିଣ ସୁପଥ ହେଉଛି ଆକୁଳ।
ଦୁଇ…
ଛିନ୍ନ ପୃଥିବୀ
ସୂର୍ଯ୍ୟର ଉଷ୍ମତା
ଅତି ପରିଚିତ ବିସ୍ତୃତ ଭୂଖଣ୍ଡ
ଧନଜନଙ୍କ ପ୍ରତିଶୃତ ଉପସ୍ଥିତି
ଏକ ଆଶ୍ୱାସିତ ଭବିଷ୍ୟତ
କର୍ମବ୍ୟସ୍ତ ଜୀଵନ
ଦୃଶ୍ୟ ଜଗତର ମାଦକଭରା ମୋହ
ପରିବେଶର ମୃଦୁ କୋଳାହଳ
ବନ୍ଧୁବାନ୍ଧବୀଙ୍କ ଅତ୍ମୀୟତା
ଓଃ !!
ଅନ୍ଧକାର !
ନିବିଡ଼ ଅନ୍ଧକାର !
ଶୂନ୍ୟତା !
ସ୍ତବ୍ଧ…
ଅହଙ୍କାରର ସ୍ୱାବଲମ୍ଵନ
ନୀରବ ଅସ୍ତିତ୍ବ କୁ କେବେ କିଏ ବୁଝିପାରିଛି
ନା କେବେ କିଏ ହତାଦର କରିବା ଦେଖିଛି
ବିଷାଦ କାରୁଣ୍ୟରେ ବିବେକର ମୋହକୁ
ମନ ଅବେଗରେ ବାନ୍ଧି ରଖିବା କିଏ ଶିଖିଛି ? ।।
ଅସହାୟ ଅତୃପ୍ତ ଅନ୍ତରର ମାନସ ପଟ୍ଟରେ
ବିଲୁପ୍ତ ସନ୍ଦେହକୁ କେବେ କିଏ ମାପିଛି
ନା ଜୀବନ ବଞ୍ଚିବା ଆଶାର ଅନ୍ତିମ…
କୁମାର ପୁର୍ଣ୍ଣିମା
କୁମାର ପୁର୍ଣ୍ଣିମା ଗଜଲକ୍ଷ୍ମୀ ପୂଜା
ସନ୍ଧ୍ୟାର ପୁନେଇଁ ଜହ୍ନ
କୁଆଁରୀ ମନରେ ଅଶାର ଭଉଁରୀ
ମନ ହୁଏ ଛନ ଛନ l
ପ୍ରାତଃ ସ୍ନାନ ସାରି ନୂଆ ଵସ୍ତ୍ର ପିନ୍ଧି
ସଜାଇ ଚଉରା ମୂଳ
ଆଞ୍ଜୁଳି ଟେକନ୍ତି ନୂତନ କୁଲାରେ
ଖଇ ସେଓ ଆଖୁ ତାଳ l
କଦଳୀ ନଡ଼ିଆ କେତେ କଷି ଫଳ
ନୂଆଡାଲା ହୁଏ ସଜା
ମନ…