ଛିନ୍ନ ପୃଥିବୀ

ଆରାଧନା ମିଶ୍ର

ସୂର୍ଯ୍ୟର ଉଷ୍ମତା
ଅତି ପରିଚିତ ବିସ୍ତୃତ ଭୂଖଣ୍ଡ
ଧନଜନଙ୍କ ପ୍ରତିଶୃତ ଉପସ୍ଥିତି
ଏକ ଆଶ୍ୱାସିତ ଭବିଷ୍ୟତ
କର୍ମବ୍ୟସ୍ତ ଜୀଵନ
ଦୃଶ୍ୟ ଜଗତର ମାଦକଭରା ମୋହ
ପରିବେଶର ମୃଦୁ କୋଳାହଳ
ବନ୍ଧୁବାନ୍ଧବୀଙ୍କ ଅତ୍ମୀୟତା
ଓଃ !!
ଅନ୍ଧକାର !
ନିବିଡ଼ ଅନ୍ଧକାର !
ଶୂନ୍ୟତା !
ସ୍ତବ୍ଧ ଶୂନ୍ୟତା !
ଏକ ସ୍ତମ୍ଭୀଭୁତ ନୀରବତା !
କିଂକର୍ତ୍ତବ୍ୟବିମୂଢତା !
ଏକ ଛିନ୍ନ ପୃଥିବୀ !
ଏକ ଆକୁଳ ତ୍ରସ୍ତ ମନ
ଫେରିବାର ପଥ ରୁଦ୍ଧ ———

ଆରାଧନା ମିଶ୍ର
8800245430

Comments are closed.