ଅଷ୍ଟରୂପେ ମାତା ଅଷ୍ଟନିଧି ପ୍ରଦାୟିନୀ

ଅର୍ଜୁନୀ ଚରଣ ବେହେରା

ନମସ୍ତେ ମା’ ମହାଲକ୍ଷ୍ମୀ ପଦ୍ମା ପଦ୍ମାଳୟା l
ଅଷ୍ଟରୂପେ ଅଷ୍ଟଲକ୍ଷ୍ମୀ ମା’କଲ୍ୟାଣୀ କାୟା ll
ପ୍ରଥମରେ ଆଦ୍ୟ ଲକ୍ଷ୍ମୀ ତ୍ରିପୁରେ ପୂଜିତା l
ବିଷ୍ଣୁ ପାଟରାଣୀ ନମେ ସିନ୍ଧୁ ରାଜ ସୂତା ll
ଦ୍ୱିତୀୟେ ବନ୍ଦଇ ମୁହିଁ ମାତା ଧାନ୍ୟଲକ୍ଷ୍ମୀ l
ଧନ ଧାନ୍ୟେ ପୂର୍ଣ୍ଣ କର ଏ ସାରା ଧରିତ୍ରୀ ll
ତୃତୀୟରେ ଧୈର୍ଯ୍ୟଲକ୍ଷ୍ମୀ ଚରଣେ ଆଶ୍ରୟ l
ଧୈର୍ଯ୍ୟ ଦିଅ ଭବ ପାରାବାର ଦୁଃଖମୟ ll
ଚତୁର୍ଥରେ ଗଜ ଲକ୍ଷ୍ମୀ ପାଦେ କରେ ସ୍ତୁତି l
ଗଜ ମୂର୍ଖ, ଅଜ୍ଞାନ ମୁଁ ଅଟେ ମୁଢ଼ ଅତି ll
ସନ୍ତାନ ଲକ୍ଷ୍ମୀ ପାଦରେ ପଞ୍ଚମେ ଦୟିନୀ l
ଲୋକହିତୈଷୀଣି ମାଆ ପେଚକ ବାହନୀ ll
ଷଷ୍ଠରେ ବନ୍ଦନା କରେ ଶ୍ରୀଲକ୍ଷ୍ମୀ ବିଜୟ l
ଅଭୟେ ସୁଗମ ନାମେ ଦୁର୍ଗମ ନୀଚୟ ll
ସପ୍ତମେ ବିଦ୍ୟାଲକ୍ଷ୍ମୀଙ୍କ ପାଦ ପଦ୍ମ ଧ୍ୟାୟି l
କାଂକ୍ଷେ ବିଦ୍ୟାବୁଦ୍ଧି ଦିଅ ମା’ କରୁଣାମୟୀ ll
ଅଷ୍ଟମରେ ଧନ ଲକ୍ଷ୍ମୀ ଐଶ୍ୱର୍ଯ୍ୟ ପ୍ରଦାୟୀ l
ଧନ,ଜନ,ଗୋପ,ଲକ୍ଷ୍ମୀ ମା’ ଆନନ୍ଦମୟୀ ll
ବନ୍ଦନା ଚରଣେ ବ୍ରହ୍ମାଣ୍ଡର ଠାକୁରାଣୀ l
ଅଷ୍ଟ ରୂପେ ମାତେ ଅଷ୍ଟ ନିଧି ପ୍ରଦାୟିନୀ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.