ଦଶ ମହାବିଦ୍ୟା ବନ୍ଦନା

ଅର୍ଜୁନୀ ଚରଣ ବେହେରା

ଅବିଦ୍ୟା ନାଶିନୀ ମାଗୋ ଦଶ ମହାବିଦ୍ୟା l
ଦଶ ରୂପେ ଶିବଙ୍କର ନାଶିଲୁ ଅବିଦ୍ୟା ll
ଶାରଦୀୟ ଏ ପାର୍ବଣେ ବନ୍ଦେ ଦଶ ରୂପ l
ଆଜ୍ଞାନ ପତିତ ହୋଇ ଅଛି ଅନ୍ଧ କୂପ ll
ପ୍ରଥମେ ବନ୍ଦିଲି ମହୋତ୍କଟା ମହାକାଳୀ l
କାଳିମା ଛଡା଼ଅ ମାଗୋ କରେ ନିଉଛାଳି ll
ଦ୍ୱିତୀୟେ ବନ୍ଦନା କରେ ମାତା ଉଗ୍ରତାରା l
ସର୍ବ ସିଦ୍ଧି ଦାତ୍ରୀ ମାଗୋ ପାପତାପ ହରା ll
ତୃତୀୟେ ଷୋଡ଼ଶୀ ମାତ ତ୍ରିପୁରା ସୁନ୍ଦରୀ l
କାଳିଦାସ ସାଧ୍ୟ କଲା ଶ୍ରୀ ବିଦ୍ୟା ହୁନ୍ଦରୀ ll
ଚତୁର୍ଥେ ବନ୍ଦିଲି ମାତ ଶ୍ରୀ ଭୁବନେଶ୍ୱରୀ l
ଚଉଦ ବ୍ରହ୍ମାଣ୍ଡ ମାତ ରହିଛୁ ଆବୋରି ll
ପଞ୍ଚମେ ବନ୍ଦିଲି ମାତ ଉତ୍କଟା ଭୈରଵୀ l
ଭୈରବ ରଡ଼ିରେ ତୋର ପାପଯାଏ ଦବି ll
ଷଷ୍ଠରେ ବନ୍ଦନାକରେ ଦେବୀ ଛିନ୍ନମସ୍ତା l
ରୁଧିର ପାନ କରୁ ତୁ କାଟି ନିଜ ମଥା ll
ସପ୍ତମରେ ବନ୍ଦନା ମୋ ମାତା ଧୂମାବତୀ l
ବିବର୍ଣ୍ଣ ମୁକୁଳାକେଶୀ ମନେ ଆସେ ଭୀତି ll
ଅଷ୍ଟମେ ବନ୍ଦଇ ମୁହିଁ ଶ୍ରୀ ବଗଳାମୁଖି l
ଜିହ୍ୱା ଧରି ଅସୁରର ମାରୁ ବଜ୍ର ମୁଷ୍ଟି ll
ନବମେ ବନ୍ଦନା କରେ ଦେବୀ ବୀଣାପାଣି l
ନୀଳୋତ୍ପଳବର୍ଣ୍ଣା ମାତ ମାଆ ମାତଙ୍ଗୀଣି ll
ଦଶମେ କମଳା ମାତ କମଳ ଆସନୀ l
ଜଳାଭିଷେକ କରନ୍ତି ଚାରି ଗଜ ଘେନି ll
ନମସ୍ତେ ହିମାଦ୍ରୀଜେମା ନମଃ ହୈମବତୀ l
ସଦା ଧ୍ୟାୟୁଛନ୍ତି ସିଦ୍ଧ,ମୁନୀ,ଯୋଗୀ,ଯତି ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.