ଭୁବନେଶ୍ୱର: ମୋହନ ସରକରାଙ୍କୁ ଦୁଇ ବର୍ଷ ପୂରି ତୃତୀୟ ବର୍ଷ ଚାଲିଲାଣି । ହେଲେ ଗାଁ ଭୋଟରଙ୍କ ମନ ଜିଣିବାକୁ ଆଗକୁ ଏକ ବଡ଼ କାର୍ୟ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି ସରକାର । ଗ୍ରାମାଂଚଳ ଲୋକଙ୍କ ପାଇଁ ଭଣ୍ଡାର ଖୋଲି ବର୍ଷକୁ ବିଭିନ୍ନ ଯୋଜନା ପାଇଁ ୩ କୋଟି ଟଙ୍କା ଦେବ ପଂଚାୟତିରାଜ ବିଭାଗ । ଆଉ ଏହାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ।
ଆଉ କେଇ ମାସ ପରେ ବାଜିବ ପଂଚାୟତ ନିର୍ବାଚନର ବିଗୁଲ। ଏବେଠୁ ଗ୍ରାମାଂଚଳର ଭୋଟରଙ୍କ ମନ କିଣିବାକୁ ମେଗା ପ୍ଲାନ ପ୍ରସ୍ତୁତ କରିଛି ପଂଚାୟତିରାଜ ବିଭାଗ । ଗାଁରେ ମିଳିବ ସହରୀ ସୁବିଧା। ଗ୍ରାମ ସମ୍ପଦ କାର୍ୟ୍ୟକ୍ରମ ଆଣିବ ପଞ୍ଚାୟତିରାଜ ବିଭାଗ। ପଞ୍ଚାୟତର ବିକାଶ ପାଇଁ ବର୍ଷକୁ ମିଳିବ ପ୍ରାୟ ୩ କୋଟି ଟଙ୍କା। ସହର ପରି ଗାଁରେ ଆସେଟ ତିଆରି କରିବେ ରାଜ୍ୟ ସରକାର। ଏହି କାର୍ୟ୍ୟକ୍ରମ ଅଧୀନରେ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଗ୍ରାମୀଣ ପାର୍କ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ ପୋଖରୀ, ଆଦର୍ଶ ଶ୍ମଶାନ ନିର୍ମାଣ ହେବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବା କାର୍ୟ୍ୟକ୍ରମ ଅଧୀନରେ ଆସୁଥିବା ଅର୍ଥକୁ ମିଳିତ ଭାବେ ମିଶାଇ ଗ୍ରାମୀଣ ଆସେଟ ତିଆରି କରାଯିବ ।
Comments are closed.