ଶରଦ ପୂର୍ଣ୍ଣିମା

ଅର୍ଜୁନୀ ଚରଣ ବେହେରା

ଶରଦ ପୂର୍ଣ୍ଣିମା ନିର୍ମଳ ଚନ୍ଦ୍ର l
କୁଆଁରୀମାନଙ୍କ ମନ ଆନନ୍ଦ ll
ଗୋଟାଥାଳି ପରି ମଲ୍ଲିଫୁଲିଆ l
ଜହ୍ନିଫୁଲେ ପୁଜି ଏକ ମାସିଆ ll
ବ୍ରତ କରିଛନ୍ତି କୁଆଁରୀ ମାନେ l
ପତିଲାଭ ହେଉ ସ୍କନ୍ଧ ଯେସନେ ll
ନିଶି ନାଥ ପ୍ରାୟେ ଚନ୍ଦ୍ର ଉଦିଆ l
ଅବା ପନ୍ଦ୍ରନେତ୍ର ଦେବଙ୍କ ନାହା ll
ମହାଯତି ପ୍ରଭୁ ଭୋଳା ଶଙ୍କର l
ଅବୋଧ ବାଳୀଙ୍କୁ କଲ୍ୟାଣ କର ll
ଚାନ୍ଦ ଚକଟାରେ ପୂଜିଲେ ଚନ୍ଦ୍ର l
ଜୟ ଦାମୋଦର ରାଧାଗୋବିନ୍ଦ ll
ଛେନା, ଦହି,ତାଳଗଜା, ନଡ଼ିଆ l
ଆଖୁ,ଅଦା ସଙ୍ଗେ ଉଖୁଡ଼ା,ଲିଆ ll
ଜହ୍ନିଘରେ ଦେଲେ ପାଣି ଛଡ଼ାଇ l
ଭୋଗନିଅ ମାଆ ମାଉସୀ ଭାଇ ll
ଭୋଗଖାଇ ବାପା କଲ୍ୟାଣ ଦିଅ l
ତୁମ୍ଭେ ପରା ଆମ୍ଭ ଜୀବନ୍ତ ଦିଅଁ ll
ଆସ ଆସ ଫୁଲ ବଉଳ ବେଣୀ l
ନାଚ ଗୀତେ ପୁହାଇବା ରଜନୀ ll
ପୁଚି ଖେଳେ ଯିବା ଘୁଞ୍ଚି ଘୁଞ୍ଚିକା l
ଲୁଚକାଳି ପୁଣି ବୋହୁ ବୋହୁକା ll
ଏମନ୍ତ ପରବ ସଂସାରେ କାହିଁ l
ଓଷା, ବ୍ରତ, ପର୍ବ ଉତ୍କଳ ଭୂଇଁ ll
ମନୋହର ଶୋଭା ଶରଦ ଶେଷ l
ଶିଶିରେ ପ୍ରବେଶ କାର୍ତ୍ତୀକ ମାସ ll
ଧନ୍ୟ ଧନ୍ୟ ପ୍ରଭୋ ସୃଷ୍ଟି କାରଣ l
ଖଞ୍ଜି ଦେଇଅଛ କେତେ ପାର୍ବଣ ll
🙏🙏🙏
ଅର୍ଜୁନୀ
————-
ମୋ -7693091971

Comments are closed.