ଭୁବନେଶ୍ବର : ଏସ.ଆର ଫାଉଣ୍ଡେସନ ଦୀର୍ଘ ବର୍ଷ ଧରି ବିଦ୍ୟାର୍ଥୀ ବ୍ୟକ୍ତିତ୍ୱ ବିକାଶ ଓ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ କରିଆସୁଛି । ଚଳିତବର୍ଷ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସହଯୋଗରେ ଜାତୀୟ ଶାସ୍ତ୍ରୀୟ ନୃତ୍ୟ,ସଙ୍ଗୀତ କଳା ଓ ଲୋକନୃତ୍ୟର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଜାତୀୟ ସ୍ତରରେ ନୀଳାଚଳ ରଙ୍ଗ ଉତ୍ସବ ନାମରେ ଏକ ଉତ୍ସବର ଆୟୋଜନ କରୁଛି । ଚଳିତ ମାସ ୨୪ ତାରିଖରେ ଏହା ପଞ୍ଚମ ବର୍ଷରେ ପଦାର୍ପଣ କରିବାକୁ କରିଛି। ଏହି ଉତ୍ସବରେ ଦେଶ ତଥା ରାଜ୍ୟର କୋଣ ଅନୁକୋଣରୁ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଚିତ୍ରକଳା କ୍ଷେତ୍ରରେ ଇଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା କଳାକାର ମାନେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ଅନ୍ୟ ରାଜ୍ୟରୁ ଆସିଥିବା କଳାକାର ମାନଙ୍କ ମଧ୍ୟରେ ଏକ ସମନ୍ୱୟ ରକ୍ଷା କରି ଆମ ରାଜ୍ୟର ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳାର ପ୍ରଚାର ପ୍ରସାର ନିମନ୍ତେ ଆମ ଅନୁଷ୍ଠାନ ଖୁବ୍ ପ୍ରୟାସ କରିଥାଏ । ଏହି ଉତ୍ସବ ଚଳିତ ମାସ ୨୪ଓ ୨୫ ଦୁଇ ଦିନଧରି ଜୟ ଦେବ ଭବନ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଯାଉଛି!



ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ସମାଜ ମଙ୍ଗଳ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ସମ୍ମାନୀତ ଅତିଥି ଭାବରେ, ପ୍ରତିକାର ଖବର କାଗଜର ମୁଖ୍ୟ ଶ୍ରୀ ଶୁଭାଶିଷ ମିଶ୍ର, ଜୟ ସେବା ଫାଉଣ୍ଡେସନ ସଂସ୍ଥାପକ ସମାଜସେବୀ ଶ୍ରୀଯୁକ୍ତ ସୋମନାଥ ରାଉତ, ଶିକ୍ଷାବିତ ଶ୍ରୀଯୁକ୍ତ ମନୋଜ କୁମାର ପରିଡା।
ଆସାମ ରାଜ୍ୟର ଖ୍ୟାତନାମା ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀ ଦେବବ୍ରତ ବରୁଆ, ପଶ୍ଚିମବଙ୍ଗର ଖ୍ୟାତନାମା ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀ କୁଶଲ ଭଟ୍ଟାଚାର୍ଯ୍ୟ ମଧ୍ୟପ୍ରଦେଶ ରାଜ୍ୟର ଖ୍ୟାତନାମା କଥକ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀ ଜସଵନ୍ତ୍ କବିର ଓ ଓଡ଼ିଶା ରାଜ୍ୟର ଖ୍ୟାତନାମା ସମ୍ବଲପୁରୀ ନୃତ୍ୟରେ ଆମ୍ବିସନ୍ ନୃତ୍ୟ ଅନୁଷ୍ଠାନର ମୁଖ୍ୟ ଶ୍ରୀ ଚୈତନ୍ୟ ନାୟକଙ୍କ ତତ୍ତ୍ୱାବଧାନରେ ୨୦ରୁ ଅଧିକ ନୃତ୍ୟଶିଳ୍ପୀ କାର୍ଯ୍ୟକ୍ରମରେ ଯୋଗଦାନକରି କାର୍ଯ୍ଯକ୍ରମ ସଫଳ କରିଥଲେI ପଶ୍ଚିମବଙ୍ଗ କୋଲକାତାରୁ ଗୁରୁ ସ୍ୱପ୍ନା ନନ୍ଦି ଙ୍କ ତତ୍ୱାବଧାନରେ ସତ୍ରିୟା ନୃତ୍ୟରେ ପାରଦର୍ଶିତା ହାସଲ କରିଥିବା ୧୩ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟରେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନେକ ଓଡିଶୀ ନୃତ୍ୟ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ।
ଏହି ଅବସରରେ ଶିକ୍ଷା ସଂସ୍କାର ସେବା ବିଜ୍ଞାନ, କଳା ଓ ସାହିତ୍ୟ ଭଳି ଅନେକ କ୍ଷେତ୍ରରେ ସମାଜସେବା ପାଇଁ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।
ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳର କବି ଉପନ୍ୟାସିକ ଶ୍ରୀ ଅଜୟ କୁମାର ମାହଲା କୋରାପୁଟ ଜିଲ୍ଲାର ସମାଜସେବୀ ଶମ୍ଭୁ ସିଂହ କନ୍ଧମାଳ ଜିଲ୍ଲାର ସମାଜସେବୀ ନିମେଷ ଦିଗାଲ ଗଞ୍ଜାମ ଜିଲ୍ଲାର ଶ୍ରୀ ସଂତୋଷ କୁମାର୍ ଗୌଡ ଶ୍ରୀ ଅଶୋକ କୁମାର ଗୌଡ ଖୋର୍ଦ୍ଧା ଜିଲ୍ଲାର ସମାଜସେବୀ ଶ୍ରୀ ଅଭିମନ୍ୟୁ ବାରିକ୍ ଗଜପତି ଜିଲ୍ଲାର ସମାଜସେବୀ ଶ୍ରୀ ସଂତୋଷ କୁମାର୍ ମହାରଣା ନୟାଗଡ଼ ଜିଲ୍ଲାର ସମାଜସେବୀ ତାରାପ୍ରସାଦ ହୋତା ଝାରସୁଗୁଡ଼ା ଜିଲ୍ଲାର ଶିକ୍ଷାବିତ ସମାଜସେବୀ ଶ୍ରୀ ଅଜୟ ପଟେଲ, ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାବିତ ସମାଜସେବୀ ଶ୍ରୀମତୀ ମଞ୍ଜୁଶ୍ରୀ ରାୟ ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚଳର ସମାଜସେବୀ ରମେଶ କୁମାର୍ ନାୟକଙ୍କ ପରି ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଛି।
ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ସମ୍ମାନ ସମ୍ବର୍ଦ୍ଧନା ସହିତ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଆସାମ, ପଶ୍ଚିମବଙ୍, ମଧ୍ୟପ୍ରଦେଶ ଓ ଓଡିଶା ରାଜ୍ୟରୁ ଓଡିଶୀ, କଥକ, ଭାରତନାଟ୍ୟମ ଓ ସତ୍ରିଆ ଭଳି ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅଂଶ ଗ୍ରହଣ କରିଥିଲେ I ନୂତନ ସଦସ୍ୟ ଭାବରେ ଶ୍ରୀ ଅମରେନ୍ଦ୍ର ନାଥ, ଶ୍ରୀ ଶିଶିର ରାଉଳ, ଜୟଲକ୍ଷ୍ମୀ ମଲ୍ଲିକ, ଶ୍ରୀ ଅଭିରାମ ନନ୍ଦ, ଓ ସଂଗ୍ରାମ କେଶରୀ ନାୟକ ସଭ୍ୟପଦ ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ରାଜେନ୍ଦ୍ର ଗୌଡ, ଶ୍ରୀମତି ଡାଇନା ଚୌଧୁରୀ, ଗୀତାରାଣୀ ବେହେରା, ଅନ୍ନପୁର୍ଣ୍ଣା ରୟ, କାଶୀନାଥ ରୟ ଓ କାର୍ତ୍ତିକ ଗୌଡ ସହଯୋଗ କରିଥିଲେ ପରିଶେଷରେ ଶ୍ରୀ ସଚିତ୍ର ସାମନ୍ତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।