Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ନମସ୍ତେ ମାତା ସିଦ୍ଧିଦାତ୍ରୀ
ନମଃ ନମଃ ମହାମାୟୀ ନମଃ ସିଦ୍ଧିଦାତ୍ରୀ l
ସର୍ବ ସିଦ୍ଧି ପ୍ରଦାୟିନୀ ମା' କଲ୍ୟାଣଗାର୍ତ୍ତ୍ରୀ ll
ଇପ୍ସିତ ବର ଦାୟିନୀ ମାଆ ଲୋ ବରଦେ l
ଜ୍ଞାନଦା,ବରଦା ତୁହି ମାଆଲୋ ଶାରଦେ ll
ସାଧାକ ଭଜନ୍ତି ମହାମାୟା ସଂଖ୍ୟା କରି l
ନମସ୍ତୁତେ ନାରାୟଣୀ ନମଃ ଶାକାମ୍ବରୀ ll
ତୋତେ ଭଜି ଦ୍ୱାପରରେ ବୀର…
ନମସ୍ତୁତେ ମହାଗୌରୀ
ନମସ୍ତୁତେ ମହାଗୌରୀ ଶୁଭ ଗୌରଅଙ୍ଗୀ l
ଶୁଭ୍ର ବର୍ଣ୍ଣେ ଶୁଭ୍ର ବସ୍ତ୍ରେ ମହାଦେବ ସଙ୍ଗୀ ll
ବିଦ୍ୟୁତର କାନ୍ତି ସମ ଝଟକେ ତୋ ଆଭା l
ଶିବଙ୍କ ମନ ମୋହିନୀ ତୁ ଅମ୍ବିକେ ଶିବା ll
ବୃଷଭ ବାହନୀ ମାତେ ଶୁଭ୍ର ତ୍ରି ନୟନୀ l
ଚତୁର୍ଭୁଜା ଗୌରୀ ମାତ ତ୍ରିଶୂଳଧାରିଣୀ ll
ମହାମାୟୀ,ମାହେଶ୍ୱରୀ…
ଗାନ୍ଧୀଙ୍କୁ ହେଲା ମରଣ
ଅଷ୍ଟମ ଗରଭ ସନ୍ତାନକୁ କେବେ
ମାରିକି ପାରିଲା କଂସ l
ସତ୍ୟ ଚିରନ୍ତନ ନିଶ୍ଚେ ହୋଇଥାଏ
କାଳେ ତାହାର ପ୍ରକାଶ ll
ବିଶ୍ୱରେ ପ୍ରଚାରି ସତ୍ୟ ପ୍ରେମ ବାଣୀ
କ୍ରୁଷ୍ ପରେ ହେଲେ ବିଦ୍ଧ l
କାଳେ ହେଲା ପୁଣି ଈଶ୍ୱରଙ୍କ ପୁତ୍ର
ଯୀଶୁଖ୍ରୀଷ୍ଟ ବାଣୀ ସିଦ୍ଧ ll
ସକ୍ରେଟିସ ସତ୍ୟ ବାଣୀ ପ୍ରଚାରିଲେ…
ନମସ୍ତେ ମା’ କାଳରାତ୍ରି
ନମସ୍ତେ ମା' କାଳରାତ୍ରି କରାଳ ଵଦନୀ l
ଉନ୍ମୁକ୍ତ କୁନ୍ତଳେ ମାତେ ବିପୁଳ ଦଶନୀ ll
ମହାଦେବୀ ମହାମାୟୀ ଋଗ୍ବେଦ ବର୍ଣ୍ଣିତା l
ଶକ୍ତିମୟୀ ରାତ୍ରୀରୂପେ ଶକ୍ତି ପରମାତ୍ମା ll
ଘୋର ତିମିରରେ କରୁ ଏ ବିଶ୍ୱ ବିଲୟ l
ଅଜ୍ଞାନ ତିମିର ନାଶୁ ଦାନେ ବରାଭୟ ll
ନିଦ୍ରାରୂପେ ସର୍ବପ୍ରାଣୀ ମଧ୍ୟେ…
ହେ ମହାମାନଵ ଶାନ୍ତିଦୂତ
ଚନ୍ଦ୍ରଶେଖରଙ୍କ ନିବାସ ସ୍ଥାନ,
ପୁରାଣ ପ୍ରସିଦ୍ଧ ସେ କାଶୀଧାମ,
ଲାଲ ବହାଦୁର ପାଶେ ଜନମିଲେ
ଅକଟୋବର ଦୁଇ ତାରିଖେ ଜାଣ ll
ଶାରଦା ପ୍ରସାଦ ରାମ ଦୁଲାରୀ,
ପାଳିଲେ ପୁତ୍ରକୁ ଶରଧା କରି,
ବାପା ବାଲ୍ୟକାଳେ ହେଲେ ସ୍ଵର୍ଗବାସୀ
ଲାଲବାହାଦୁରେ ଅନାଥ କରି ll
ବାଲ୍ୟ କାଳୁ ସହି କେତେ କଷଣ,…
ଗାନ୍ଧୀ ଜୟନ୍ତୀ
ଦେଶ ହିତ ପାଇଁ କହିଥିଲେ ଗାନ୍ଧୀ
ଅହିଂସା ପରମ ଧର୍ମ
ଆଠ ଟା ଅକ୍ଷର ସହଜ ଧାଡ଼ିର
କେହି ବୁଝିଲେ ନି ମର୍ମ l
ଅହିଂସା ନୀତିକୁ ଆପଣେଇ ଦେଶ
ପରାଧୀନୁ ହେଲା ମୁକ୍ତ
ସତ୍ୟ ନ୍ୟାୟ ଧର୍ମ ପଥ ଅନୁସରି
ପାଲଟିଲୁ ଦେଶ ଭକ୍ତ l
ଅହିଂସାର ନୀତି ହେଲାଣି ଅତୀତ
ଏବେ ଘଟେ ଖାଲି ହିଂସା
ଘଟେ ଅଘଟଣ…
ଅଧା ଲଙ୍ଗଳା ଫକୀର
କୁଲିର ଦେଶୁ ଆସିଛି ନାମ ତାର ଗାନ୍ଧୀ l
ଆଣ୍ଠୁ ଲୁଚେ ନାହିଁ ଲୁଗା ପିନ୍ଧି ଅଛି ଖଦି ll
ଘୋଡ଼ି ହୋଇଅଛି ମାତ୍ର ଖଣ୍ଡିଏ ଚଦର l
ସାତସିଆଁ ଜୋତା ଅଧାଲଙ୍ଗଳା ଫକୀର ll
ଗୋଲ ଟେବୁଲ ବୈଠକେ କରିବ ମନ୍ତ୍ରଣା l
ବୁଦ୍ଧି କାହିଁ ଇଏ ହେବ ନିଶ୍ଚେ ବାଟ ବଣା ll
ଚର୍ଚ୍ଚିଲ ସାହେବ ତୁମେ ନିଶ୍ଚେ…
ନମସ୍ତେ ମାତା କାତ୍ୟାୟନୀ
ନମସ୍ତେ ମା' କାତ୍ୟାୟନୀ ମାଆ ମହାଚଣ୍ଡୀ l
ତୋତେ ସୁମରିଲେ ମାତ ଦୁଃଖ ଯାଏ ଖଣ୍ଡି ll
ସୁଖଦେ,ମୋକ୍ଷଦେ ମାତେ ତୁହି ବରଦାୟୀ l
ଜଗତ ଜନନୀ ତୁହି ଲୋ କଲ୍ୟାଣ ମୟୀ ll
ଶ୍ରୀମାର୍କଣ୍ଡେୟ ପୁରାଣରେ ରହିଅଛି ଗାଥା l
ସୁରଥେ ସୁଖ ଓ ସମାଧିଙ୍କୁ ମୋକ୍ଷ କଥା ll
ଭକ୍ତିଧନ ପ୍ରାପ୍ତହୋଇ ତୋ…
ନକଲି
ଯୁଗେ ଯୁଗେ ନକଲିର
ଅଛି ଇତିହାସ
ନକଲି ସୀତାଙ୍କୁ ନେଇ
ରାମ ବନବାସ l
ସୀତାଙ୍କୁ ହରିବା ପାଇଁ
ରାବଣ ଚିନ୍ତିଲା
ନକଲି ହରିଣ ସାଜି
ମାରିଚ ବୁଲିଲା l
ବିଂଶବାହୁ ଗଲା ବନି
ନକଲି ବାବାଜୀ
କୁଟୀରରୁ ଝାମ୍ପି ନେଲା
ସାଧୁ ବେଶ ସାଜି l
ନକଲି ସ୍ୱାମୀ ରୂପରେ
ଇନ୍ଦ୍ର ପହଁଚିଲେ
ମିଥ୍ୟା…
ବିଜନ ବେଳାର ସାଥି
ତୁମେ କିଏ ମୋର ପଚାରେ ଯଦି କେ
କି ଦେବି ତାକୁ ମୁଁ ଉତ୍ତର
ବିଜନ ବେଳାର ସାଥିଟିଏ ହୋଇ
ଆସିଲ ଜୀବନେ ମୋହର।
ଖସଡ଼ା ପଥରେ ବାଟ ଚାଲୁ ଚାଲୁ
ଧରିନେଲ ହାତ ମୋହର
ଅଙ୍କାବଙ୍କା ନଈ ବହିଯାଏ ମୁହିଁ
ସାଜିଲ ଯେ ତୁଠ ପଥର
ଚାଲିବାକୁ ମୋତେ ଦେଖାଇଲ ପଥ
ହେଉ ବା ଯେତେ ବନ୍ଧୁର ।
ବିଜନ…