ନମସ୍ତେ ମାତା କାତ୍ୟାୟନୀ

ଅର୍ଜୁନୀ ଚରଣ ବେହେରା

ନମସ୍ତେ ମା’ କାତ୍ୟାୟନୀ ମାଆ ମହାଚଣ୍ଡୀ l
ତୋତେ ସୁମରିଲେ ମାତ ଦୁଃଖ ଯାଏ ଖଣ୍ଡି ll
ସୁଖଦେ,ମୋକ୍ଷଦେ ମାତେ ତୁହି ବରଦାୟୀ l
ଜଗତ ଜନନୀ ତୁହି ଲୋ କଲ୍ୟାଣ ମୟୀ ll
ଶ୍ରୀମାର୍କଣ୍ଡେୟ ପୁରାଣରେ ରହିଅଛି ଗାଥା l
ସୁରଥେ ସୁଖ ଓ ସମାଧିଙ୍କୁ ମୋକ୍ଷ କଥା ll
ଭକ୍ତିଧନ ପ୍ରାପ୍ତହୋଇ ତୋ କରୁଣାହେଲେ l
ସାଧକେ ପୁଜନ୍ତି ଭକ୍ତି ଭରେ ଅବହେଳେ ll
ଦ୍ଵାପରେ ପୂଜିଲେ ମାତେ ବ୍ରଜେ ବ୍ରଜବାଳି l
କୃପା ବଳେ ଲାଭକଲେ ପତି ବନମାଳୀ ll
ଅଷ୍ଟଭୁଜେ ମାତେ ହସ୍ତେ ନନା ଅସ୍ତ୍ର ଧରି l
କାଞ୍ଚନବର୍ଣ୍ଣି ମାଆ ତୋ ବାହନ କେଶରୀ ll
ବୃନ୍ଦାରଣ୍ୟେ ବାସ କଲୁ ଦ୍ୱାପରର ସାକ୍ଷୀ l
ତ୍ରିନୟନୀ ତିନିନେତ୍ରେ ବିଶ୍ୱ ଥାଉ ଦେଖି ll
ରୂପଂଦେହି ଯଶୋଦେହି ତୁହି ମହାମାୟା l
ହିମାଳୟ ଜେମା ମାତ ସଦାଶିବ ଜାୟା ll
ଇପ୍ସିତ ଫଳ ଦାୟିନୀ ମା’ ବିଶ୍ୱ ଜନନୀ l
ନମସ୍ତସୈ,ନମସ୍ତସୈ ନମଃ ନାରାୟଣୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.