ତରଭାନେ ବର୍ଷା
ଘୋ ଘୋ ରାନୀ
ଆଁଠେ ଆଁଠେ ପାନି
ତରଭା ସହରେ କିନ୍ଦରି ମର୍ଲି
ବୁଲୁଥିବୁ ତୁଇ ଖୁଲିକେ ଖୁଲି
ନଏଦ ଖଁଡିଥି ସାତ ବହନି
ହେଇଥିତା ଗୁଟେ କଥାନୀ
ମାଲିପଡା ନାଲି ଉଟୁବୁଟୁ
ଘର ଚୁଁଟି ଦେଲା ସୁରକୁଟୁ ।।
ଘୋ ଘୋ ରାନୀ
ଆଁଠେ ଆଁଠେ ପାନି
କୁମ୍ଭାରପଡ଼ାର ମଝା ଖୁଲି
ବୃନ୍ଦାବନ ବିହାରୀ ଭାରି ଗହଲି
ରୋଡ ମଝାଥି ଆଁଠେ ପାନି
କିଏ ଶୁନୁଛେ ଲୁକର ଦଇନି
ବଡ଼ବନ୍ଧ ପାଶେ ସର ନଲିଆ
ତିନ ଫୁଟ୍ ପାନି ଦେଖି ହାଲିଆ
ମେଲା ପଡିଛେ ଅନ୍ତର୍ଡା ଘାଟ
ବୁଡ଼ିଗଲା ଛନ୍ତଲା ବ୍ରିଜ୍’ର ବାଟ ।।
ଘୋ ଘୋ ରାନୀ
ଆଁଠେ ଆଁଠେ ପାନି
ତାହେଁରୁ ଆଏଲା ଲାଇନ୍ ପାଳି
ଲୁକଲୁକାନି ଖେଲେ ରାନୀ ବିଜଳି
କେଭେ ଆଏବା କେଭେ ଯିବା
ଦେଖିକରି ସଭେ ହେସନ୍ କାବା
ଆରୁ ଯହଁ ଅଚଳ ଜିଓ ଟାଓ୍ବାର୍
ଲାଇନ୍ ଗଲେ ଉତରେ ପାଓ୍ବାର୍
ତରଭା ସହରେ ଏନ୍ତା ଗୁଲଗୁଲା
ନିଜର ଶଯେ ନିଜର ଚଲାବୁଲା ।।
ଦେବେନ୍ଦ୍ର କୁମାର ନାଏକ
ତରଭା, ସୁବର୍ଣ୍ଣପୁର
Comments are closed.