ନମସ୍ତେ ମାତା ସିଦ୍ଧିଦାତ୍ରୀ

ଅର୍ଜୁନୀ ଚରଣ ବେହେରା

ନମଃ ନମଃ ମହାମାୟୀ ନମଃ ସିଦ୍ଧିଦାତ୍ରୀ l
ସର୍ବ ସିଦ୍ଧି ପ୍ରଦାୟିନୀ ମା’ କଲ୍ୟାଣଗାର୍ତ୍ତ୍ରୀ ll
ଇପ୍ସିତ ବର ଦାୟିନୀ ମାଆ ଲୋ ବରଦେ l
ଜ୍ଞାନଦା,ବରଦା ତୁହି ମାଆଲୋ ଶାରଦେ ll
ସାଧାକ ଭଜନ୍ତି ମହାମାୟା ସଂଖ୍ୟା କରି l
ନମସ୍ତୁତେ ନାରାୟଣୀ ନମଃ ଶାକାମ୍ବରୀ ll
ତୋତେ ଭଜି ଦ୍ୱାପରରେ ବୀର ଧନଞ୍ଜୟ l
କୁରୁକ୍ଷେତ୍ର ରଣାଙ୍ଗନେ ଲଭିଲେ ବିଜୟ ll
ଯୋଗୀ,ଭୋଗୀ,ତପି,ଗୃହି କରିଥାନ୍ତି ଲୟ l
କଲ୍ୟାଣୀ ମା ବରାନନୀ ଦେଉ ବରାଭୟ ll
ବ୍ରହ୍ମା,ଶଙ୍କର,ଦେବେନ୍ଦ୍ର ତୋ ପଦେ ଶରଣ l
ସିଦ୍ଧି ଗାତ୍ରୀ, ସିଦ୍ଧି ଦାତ୍ରୀ ସିଦ୍ଧିର କାରଣ ll
ମହାଯୋଗୀ ଶିବଙ୍କର ତୁ କଲ୍ୟାଣକାରୀ l
ଶିବାନୀ ଭବାନୀ ତୁହି ଅମ୍ବିକା ଗୋଉରୀ ll
ଅଣିମା, ଲଘିମା, ପ୍ରାପ୍ତି,ପ୍ରାକାମ୍ୟ, ମହିମା l
ଅଷ୍ଟସିଦ୍ଧି ଦାତ୍ରୀ ମାଆ ହିମାଳୟ ଜେମା ll
ବିଶ୍ୱ ବିମୋହିନୀ ମାତ ବାହନ କେଶରୀ l
ନମଃ ଅପର୍ଣ୍ଣା ପାର୍ବତୀ ନମଃ ଶୁଭଙ୍କରୀ ll
ଶଙ୍ଖ,ଚକ୍ର,ଗଦା,ପଦ୍ମ ଚତୁର୍ଭୁଜେ ଶୋଭା l
ସୁନ୍ଦର ଵଦନୀ ରୂପ, ଅତି ମନ ଲୋଭା ll
ଜ୍ଞାନମୟୀ ଧ୍ୟାନେ ତୋର ଅଜ୍ଞାନ ପଳାଇ l
ନମସ୍ତସୈ,ନମସ୍ତସୈ ନମଃ ମହାମାୟୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.