ବୁଗୁଡ଼ା,୨୩।୧୦(କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତମାନ କରସିଙ୍ଗି ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ଓ ଜଣେ ସଂଗଠକ ଶ୍ରୀଯୁକ୍ତ ରାମେଶ୍ୱର ବିଶ୍ୱାଳ (କାବୁଲି )ଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପରିବାରବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି ହୋଇଛି।
ଦିବଂଗତ ରାମେଶ୍ୱର ବିଶ୍ୱାଳ ଜଣେ ବିଜୁ ଜନତା ଦଳର ସଂଗଠକ ଥିଲେ,୩ଥର ପୂର୍ବତନ ସରପଞ୍ଚ ଭାବେ ପରିଚିତ ଥିବା ସହ କରସିଙ୍ଗି ପଞ୍ଚାୟତର ବିଭିନ୍ନ ସଂଗଠନ ସହ ଜଡ଼ିତ ଥିଲେ। ତାଙ୍କର ପରଲୋକ ଖବର ପାଇବା ପରେ ଶେଷ ଦର୍ଶନ ପାଇଁ ପୋଲସରା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଙ୍କ ସମେତ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା। ଉପସ୍ଥିତ ଲୋକେ ତାଙ୍କର ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଥିଲେ।
କରସିଙ୍ଗି ପଞ୍ଚାୟତ ର ବିଶ୍ୱକର୍ମା ରୂପେ ପରିଚିତ ଦିବଂଗତ ରାମେଶ୍ୱର ବିଶ୍ୱାଳଙ୍କ ବିୟୋଗରେ ଅଞ୍ଚଳ ଜଣେ ପରିଚିତ ବ୍ୟକ୍ତିଙ୍କୁ ହରାଇଛି। ଶୋକସନ୍ତପ୍ତ ପରିବାର ପ୍ରତି ବିଭିନ୍ନ ମହଲରୁ ସମବେଦନା ଜ୍ଞାପନ କରାଯାଉଛି। ଆଜି କଟକ ର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୬ ବର୍ଷ ରେ ତାଙ୍କର ମୃତ୍ୟୁ ହେବାପରେ କରସିଙ୍ଗି ସ୍ଥିତ ତାଙ୍କ ବାସଭବନ ରେ ଶେଷ ଦର୍ଶନ ପରେ ସଂମ୍ମାନ ର ସହ ତାଙ୍କ ମୃତ ଶରୀରକୁ ଗ୍ରାମ ଭ୍ରମଣ କରାଇ ଦିବଂଗତ ଆତ୍ମାଙ୍କ ସଦ୍ଗତି କାମନା କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କ ପାର୍ଥିବ ଶରୀରର ଶେଷସମ୍ପର୍ଣ୍ଣ ହୋଇଛି !
Sign in
Sign in
Recover your password.
A password will be e-mailed to you.
Prev Post