Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ଚୁପ ରହିବା ଭଲ !
ସାବଧାନ
ସାଧୁ ସାବଧାନ !
ମୁହଁ ଖୋଲିଲେ ବିପଦ
ଘନେଇ ଆସିବ ସାମ୍ନାକୁ
ରାଜନୀତିର ପଶାପାଲିରେ
ଛନ୍ଦି ହୋଇଯିବ ଜୀବନ l
ସମୟର ଚକ୍ରବ୍ୟୁହ ରେ
ସାବଧାନତା ନରହିଲେ
ନିଜର ହୋଇବେ ପର
ମାନସିକ ଚାପରେ ବ୍ୟସ୍ତ
ପାଦ ତଳୁ ମାଟି ଖସିବାର !
ତୁମେ ଯେତେ ସାଉଁଟି ଥାଅ
ମାନ ସମ୍ମାନ ପ୍ରଶଂସା…
ନମସ୍ତେ ଦେବୀ ସ୍କନ୍ଧମାତା
ନମସ୍ତେ ବିଶ୍ୱଜନନୀ ଦେବୀ ସ୍କନ୍ଧମାତା l
ଦେବଗଣ ସ୍ତୁତିକଲେ ହେଲୁ ଆବିର୍ଭୁତା ll
ହିମାଳୟ ପୁରେ ବାଜେ ମଙ୍ଗଳ ମହୁରୀ l
ଉମା ଅବତାର ମୈନା କୋଳ ପୂର୍ଣ୍ଣକରି ll
ଦେବକାର୍ଯ୍ୟ ସାଧିବାକୁ ମାତାଙ୍କ ଉତ୍ପତ୍ତି l
ଉମା ଶିବ ମିଳନରୁ ଦେବ ସେନାପତି ll
ଜନ୍ମହେବେ ଦେବସ୍କନ୍ଧ ତାରକ ନିଧନେ l…
ନମସ୍ତେ କୁଷ୍ମାଣ୍ଡା ମାତା
ନମସ୍ତେ କୁଷ୍ମାଣ୍ଡା ମାତା ତ୍ରିତାପ ହରିଣୀ l
ଅଷ୍ଟଭୁଜେ ମହାମାୟୀ ଜଗତ ପାଳିନୀ ll
ସଂସାରର ସର୍ବ କୁଷ୍ମା ବହି ମା ଉଦରେ l
କୁଷ୍ମାଣ୍ଡା ନାମ ବହିଲୁ ମାଆ ଜଗତରେ ll
ସପ୍ତହସ୍ତେ ଶୋଭା ମାତ ନାନା ଅସ୍ତ୍ରାବଳୀ l
ଦକ୍ଷିଣ ହସ୍ତେ ଧରିଛୁ ଦୃଢ଼େ ଜପାମାଳୀ ll
କେଶରୀ ବାହନେ କରୁ ବିଶ୍ୱ…
ସାଥୀରେ
ଏମିତି ବନ୍ଧୁଟିଏ
ଗୋଲାପ ବଗିଚାର
ସଜ ଫୁଟା ଫୁଲଟିଏ
କୋମଳ ହୃଦୟରେ
ଆପଣାର କରିନିଏ l
ଏମିତି ବନ୍ଧୁଟିଏ
ଦୁଃଖରେ ଦୁଃଖୀ
ସୁଖରେ ସୁଖୀ
ଛାଇ ଆଲୁଅପରି
ସାଥୀରେ ରୁହେ l
ଏମିତି ବନ୍ଧୁଟିଏ
ସମ୍ପର୍କ ର ନିବିଡ଼ତା
ପ୍ରେମିକା ଠାରୁ ଭଲ
କବିତା ସାଥୀରେ
ଜୀବନ ବିତାଇବାକୁ ଚାହେଁ l…
କଲମ
ନିର୍ଜୀବ ଜୀବନ ଧାରଣ
ଦେଖି ପାରେନି
ଶୁଣି ପାରେନି
କିନ୍ତୁ ,କହିପାରେ
ଲେଖନୀର ତୀକ୍ଷ୍ଣ ମୁନରେ l
ସହି ପାରେନି
କାହାର ଦୁଃଖ,କଷ୍ଟ, ଯନ୍ତ୍ରଣାକୁ
ଝରାଇ ଦିଏ ଦୁଇଟୋପା ଲୁହ
ଦୁର୍ବାର ସାହସ ସୃଷ୍ଟି କରେ
ଜୀବନକୁ ବାଜି ଲଗାଇ l
ଭାଙ୍ଗି ପଡିନି
ବନ୍ଧୁକର ଗୁଳିକୁ ଖାତିର ନାହିଁ
ଭଲକୁ…
ନମସ୍ତେ ମା’ ଶୈଳପୁତ୍ରୀ
ନମସ୍ତେ ମା' ଶୈଳପୁତ୍ରୀ ହିମବନ୍ତ ଜେମା l
ବାଞ୍ଛା ଫଳ ପ୍ରଦାୟିନୀ ତ୍ରି ନେତ୍ର ଚନ୍ଦ୍ରମା ll
ବୃଷଭ ବାହନୀ ମା'ଲୋ ତ୍ରିଶୂଳ ଧାରିଣୀ l
କରୁଣାମୟୀ ମାଆ ତୁ ଜୟ ନାରାୟଣୀ ll
ନାନାଳଙ୍କାର ଭୂଷିତେ ମସ୍ତକେ କିରୀଟ l
ସିନ୍ଦୁରର ବିନ୍ଦୁ ଶୋଭେ ଉନ୍ନତ ଲଲାଟ ll
ପିତାମ୍ବରୀ କାନ୍ତେ ଶାନ୍ତେ…
ନମସ୍ତେ ବ୍ରହ୍ମଚାରିଣୀ
ନମସ୍ତେ ବ୍ରହ୍ମଚାରିଣୀ ବ୍ରହ୍ମାନନ୍ଦ ମୟୀ l
ସମ୍ଭ୍ରମେ ନମଇଁ ମାଆ ବ୍ରହ୍ମଜ୍ଞାନଦାୟୀ ll
ଶୁଭ୍ର ବସ୍ତ୍ର ପରିହିତେ ସହାସ୍ୟ ଵଦନୀ l
ମହାଦେବୀ ନମସ୍ତୁତେ ଜଗତ ଜନନୀ ll
ବାମହସ୍ତେ ଜପାମାଳା ଦକ୍ଷେ କମଣ୍ଡଳୁ l
କଲ୍ୟାଣମୟୀ ଜନନୀ ଜଗତ ପ୍ରପାଳୁ ll
ଜ୍ୟୋତିର୍ମୟବ୍ରହ୍ମ ମାତ ତୁହି…
ନବଦୁର୍ଗା ସ୍ତୁତି
ସର୍ବ ମଙ୍ଗଳ କାରୀଣୀ ଅମ୍ବିକେ ଶଙ୍କରୀ l
ସର୍ବାର୍ଥସାଧିକେ ମାତ ଦେବୀ ମାହେଶ୍ୱରୀ ll
ଅମ୍ବା,ଉମା,ନାରାୟଣୀ,ଗୌରୀ,ହୈମବତି l
ନବ ରାତ୍ରରେ କରେ ମା ନବ ଦୁର୍ଗା ସ୍ତୁତି ll
ପ୍ରଥମେ ବନ୍ଦିଲି ମୁହିଁ ମାତା ଶୈଳପୁତ୍ରୀ l
ହିମାଳୟ ଗିରି ରାଜ ମେନାଙ୍କ ଦୁହିତ୍ରୀ ll
ଦ୍ୱିତୀୟେ ବନ୍ଦନା…
ନମସ୍ତେ ମା’ ଚନ୍ଦ୍ରଘଣ୍ଟା
ନମସ୍ତେ ମା' ଚନ୍ଦ୍ରଘଣ୍ଟା ଶାର୍ଦ୍ଦୁଳ ବାହନୀ l
ଚଉଦବ୍ରହ୍ମାଣ୍ଡେ ଶୁଭେ ଦିବ୍ୟ ଘଣ୍ଟାଧ୍ୱନୀ ll
ମହିଷା ନିଧନେ ମାତ ହେଲୁ ଆବିର୍ଭୁତା l
ଦେବଗଣ ଅସ୍ତ୍ରଶସ୍ତ୍ରେ କଲେ ବିଭୂଷିତା ll
ସୁର ପତି ଇନ୍ଦ୍ର ପ୍ରଦାନିଲେ ଦିବ୍ୟ ଘଣ୍ଟା l
ଘୋଷିବାକୁ ବ୍ରହ୍ମାଣ୍ଡରେ ବ୍ରହ୍ମଜ୍ଞାନ କଥା ll
ସେ…
ପୂର୍ବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଜୟଚଣ୍ଡୀ
ଯାଜପୁର ଜିଲ୍ଲାର ପୂର୍ବ ଦିଗରେ ଶେଷ ପଞ୍ଚାୟତ କୟାଁ l କୟାଁ ସୀମାକୁ ପୂର୍ବପଟେ ସାଳନ୍ଦୀ ନଦୀ l ଉତ୍ତର ପଟେ ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି l ଏ ନଦୀ ସବୁ ପାରି ହେଲେ ସେପଟକୁ ଭଦ୍ରକ ଜିଲ୍ଲା l ଏହା ଏକ ବିସ୍ତୃତ ଅଞ୍ଚଳ l ଚୋଉ ଦିଗରେ ବଡ଼ ବଡ଼ ଦିଗନ୍ତ ବିସ୍ତାରୀ ଭେଡ଼ା l ଏହି ଭେଡ଼ା…