ନମସ୍ତେ ବ୍ରହ୍ମଚାରିଣୀ

ଅର୍ଜୁନୀ ଚରଣ ବେହେରା

ନମସ୍ତେ ବ୍ରହ୍ମଚାରିଣୀ ବ୍ରହ୍ମାନନ୍ଦ ମୟୀ l
ସମ୍ଭ୍ରମେ ନମଇଁ ମାଆ ବ୍ରହ୍ମଜ୍ଞାନଦାୟୀ ll
ଶୁଭ୍ର ବସ୍ତ୍ର ପରିହିତେ ସହାସ୍ୟ ଵଦନୀ l
ମହାଦେବୀ ନମସ୍ତୁତେ ଜଗତ ଜନନୀ ll
ବାମହସ୍ତେ ଜପାମାଳା ଦକ୍ଷେ କମଣ୍ଡଳୁ l
କଲ୍ୟାଣମୟୀ ଜନନୀ ଜଗତ ପ୍ରପାଳୁ ll
ଜ୍ୟୋତିର୍ମୟବ୍ରହ୍ମ ମାତ ତୁହି ବ୍ରହ୍ମଜ୍ୟୋତି l
ତୋତେ ଧ୍ୟାନକଲେ ମାତ ବ୍ରହ୍ମଜ୍ଞାନ ପ୍ରାପ୍ତି ll
ବାୟୁ, ବୈଶ୍ୱାନରଙ୍କର ଗର୍ବ କଲୁ ଚୁର୍ଣ୍ଣ l
ଦେବରାଜ ଇନ୍ଦ୍ରେ ପ୍ରଦାନିଲୁ ବ୍ରହ୍ମଜ୍ଞାନ ll
ସଙ୍କଟା, ଵିକଟା ମାତ ତୁହି ମହୋତ୍କଟା l
ମସ୍ତକେ ସ୍ଵର୍ଣ୍ଣ କୀରୀଟ ବାନ୍ଧିଅଛୁ ଜଟା ll
ଅମ୍ବା,ଅମ୍ବିକେ,ଭବାନୀ,ଗଉରୀ,ଶିବାନୀ l
ପରମବୈଷ୍ଣଵୀ ମାତ ନମଃ ନାରାୟଣୀ ll
ମାହେଶ୍ୱରୀ,ମହାମାୟୀ,ଉମା,କାତ୍ୟାୟନୀ l
ନମସ୍ତସୈ, ନମସ୍ତସୈ ଜଗତ କଲ୍ୟାଣୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.