ନବଦୁର୍ଗା ସ୍ତୁତି

ଅର୍ଜୁନୀ ଚରଣ ବେହେରା

ସର୍ବ ମଙ୍ଗଳ କାରୀଣୀ ଅମ୍ବିକେ ଶଙ୍କରୀ l
ସର୍ବାର୍ଥସାଧିକେ ମାତ ଦେବୀ ମାହେଶ୍ୱରୀ ll
ଅମ୍ବା,ଉମା,ନାରାୟଣୀ,ଗୌରୀ,ହୈମବତି l
ନବ ରାତ୍ରରେ କରେ ମା ନବ ଦୁର୍ଗା ସ୍ତୁତି ll
ପ୍ରଥମେ ବନ୍ଦିଲି ମୁହିଁ ମାତା ଶୈଳପୁତ୍ରୀ l
ହିମାଳୟ ଗିରି ରାଜ ମେନାଙ୍କ ଦୁହିତ୍ରୀ ll
ଦ୍ୱିତୀୟେ ବନ୍ଦନା କଲି ମା’ ବ୍ରହ୍ମଚାରିଣୀ l
ବ୍ରହ୍ନ ବିଦ୍ୟା ପ୍ରଦାୟିନୀ ବ୍ରହ୍ମାଣ୍ଡ ପାଳିନୀ ll
ତୃତୀୟେ ବନ୍ଦିଲି ମୁହିଁ ମାତା ଚନ୍ଦ୍ରଘଣ୍ଟା l
ଘଣ୍ଟା ନାଦେ ଭାଙ୍ଗିଦେଉ ଦର୍ପିଷ୍ଟଙ୍କ ଅଣ୍ଟା ll
ଚତୁର୍ଥେ ବନ୍ଦଇ ମୁହିଁ ମାତା ଶ୍ରୀକୁଷ୍ମାଣ୍ଡା l
ରାକ୍ଷସନିଧନେ ତୋର ହସ୍ତେ ତୀକ୍ଷ୍ଣଖଣ୍ଡା ll
ପଞ୍ଚମେ ବନ୍ଦନା କରେ ଦେବୀ ସ୍କନ୍ଧମାତା l
କାର୍ତ୍ତୀକେୟଙ୍କ ଜନନୀ ହିମବନ୍ତ ସୁତା ll
ଷଷ୍ଠରେ ବନ୍ଦିଲି ମୁହିଁ ମାତା କାତ୍ୟାୟନୀ l
କୃଷ୍ଣଙ୍କୁ ଲଭିଲେ ପୁଜି ଗୋପେ ଗୋପାଳୁଣୀ ll
ସପ୍ତମରେ ବନ୍ଦନା ମୋ ମାତା କାଳରାତ୍ରି l
କଉଶଳେ ହରୁ ମାତା କଳା କାଳ ରାତ୍ରୀ ll
ଅଷ୍ଟମେ ବନ୍ଦନାକରେ ମାତା ମହାଗୌରୀ l
ଶ୍ରୀରାମ ଲଭିଲେ ପୁଜି ଜାନକୀ ସୁନ୍ଦରୀ ll
ନବମରେ ସିଦ୍ଧି ଦାତ୍ରୀ ସିଦ୍ଧି ପ୍ରଦାୟିନୀ l
ସିଦ୍ଧିପ୍ରଦେ ତୋ ଚରଣେ କରଇ ଦୟିନୀ ll
ନବ ରାତ୍ରେ ଡାକେ ମାତ ନବଦୁର୍ଗା ବନ୍ଦୀ l
କୃପା କଟାକ୍ଷେ ତରିବି ସଂସାର ବାରିଧି ll
🙏🙏🙏
ଅର୍ଜୁନୀ
————-

ମୋ -7693091971

Comments are closed.