Sign in
Sign in
Recover your password.
A password will be e-mailed to you.
Browsing Category
କବିତା
କଲମ
ନିର୍ଜୀବ ଜୀବନ ଧାରଣ
ଦେଖି ପାରେନି
ଶୁଣି ପାରେନି
କିନ୍ତୁ ,କହିପାରେ
ଲେଖନୀର ତୀକ୍ଷ୍ଣ ମୁନରେ l
ସହି ପାରେନି
କାହାର ଦୁଃଖ,କଷ୍ଟ, ଯନ୍ତ୍ରଣାକୁ
ଝରାଇ ଦିଏ ଦୁଇଟୋପା ଲୁହ
ଦୁର୍ବାର ସାହସ ସୃଷ୍ଟି କରେ
ଜୀବନକୁ ବାଜି ଲଗାଇ l
ଭାଙ୍ଗି ପଡିନି
ବନ୍ଧୁକର ଗୁଳିକୁ ଖାତିର ନାହିଁ
ଭଲକୁ…
ସଜ ହୋଇଲେଣି ମାଆ
ଆବାହନୀ ଗାଏ ଆନନ୍ଦେ ଧରଣୀ
ବହେ ପାରବଣ ବାଆ l
ଓହ୍ଲାଇ ଆସିବେ ମରତ ଧାମକୁ
ସଜ ହୋଇଲେଣି ମାଆ ll
ଡିବି ଡିବି ବାଜେ ଯୋଡ଼ି ନାଗରା ଲୋ
ଢୋଲ, ଟମକ, ମହୁରୀ l
ମାଆ ବିଜେ ହେବେ ମଣ୍ଡପ ଗଢନ୍ତି
ଶିଳ୍ପୀଏ ଯତନ କରି ll
ଅସିଣ ଆକାଶେ ଅଗସ୍ତି ନକ୍ଷତ୍ର
କାଶତଣ୍ଡି ଫୁଲ ହସି l
ଶ୍ୱେତଚାମରର…
ମାଗୁଣୀ ମୋହର ଏତିକି
ଜୟ ଜୟ ଜଗନ୍ନାଥ ହେ ଜୟ ଦାରୁ ମୂରତି l
ସୁପ୍ରଭାତ ଶୁଭପ୍ରଭାତେ ଘେନ ଦୀନ ପ୍ରଣତି ll
କି କହିବି ମହାପ୍ରଭୁ ହେ ତୁମ୍ଭ କରୁଣା ସୀମା l
କ୍ଷମାମୟ ଅପରାଧ ମୋ କେତେ କରିଛ କ୍ଷମା ll
ମାଗିବା ପୂର୍ବରୁ ପ୍ରଭୁ ହେ ସବୁ ଦେଇଛ ଯାଚି l
ମନ ବଳୁ ନାହିଁ ଆଉ ହେ ପ୍ରଭୁ ମାଗିବି କିଛି ll…
ଶ୍ୟାମ ତୋର କେତେ ନାମ
ନମଃ କୃଷ୍ଣ ବାସୁଦେବ ଦେବକୀନନ୍ଦନ l
ନନ୍ଦର ନନ୍ଦନ ପ୍ରଭୂ ଯଶୋଦା ଜୀବନ ll
ଶ୍ରୀଗୋପାଳ ଚୁଡ଼ାମଣି ଗୋକୁଳର ଚନ୍ଦ୍ର l
ଗୋବିନ୍ଦନାମ ରଖିଲେ ଦେବରାଜ ଇନ୍ଦ୍ର ll
ଗୋକୁଳ ରଖିଲ ଟେକି ଗୋବର୍ଦ୍ଧନ ଗିରି l
ଇନ୍ଦ୍ର ବିବାଦେ ବହିଛ ନାମ ଗିରିଧାରୀ ll
ପିତାମ୍ବରୀ ପାଟ କାଛେ ନାମ ପିତାମ୍ବର l…
ସ୍ଵାଧୀନ ମୋ ଭାରତ
ସ୍ଵାଧୀନ ମୋ ଭାରତ
କେତେ ତ୍ୟାଗ ,ନିଷ୍ଠା ,ତପସ୍ୟା ନିହତ,
ଆହତ ,ବିଦ୍ରୋହର ବଳିଦାନର ଅୟୁତ ଅନିଶା ପରେ
ତ୍ରିରଙ୍ଗା ଉଡିଥିଲା ଭାରତର ଚୂଡା ଶୀର୍ଷରେ
ସ୍ଵାଧୀନତାର ହିଲ୍ଲୋଳରେ।
ଫିରଙ୍ଗୀଙ୍କୁ ପରାହତ କରିବାର ପରାକ୍ରମରେ
ଅହିଂସାର ସଫଳ ପଥପ୍ରାନ୍ତ ଦେଇ…
ମାଆ ତୁ ଚଞ୍ଚଳା
ପ୍ରଭାତ ପ୍ରଣତି ଘେନ ମାଆ ତୁ ଚଞ୍ଚଳା l
ଧନ,ଧାନ୍ୟ,ପଡ଼ିଦାତ୍ରୀ ସନ୍ତାନ ବତ୍ସଳା ll
ସାଗର ମନ୍ଥନୁ ମାଆ ହୋଇଲୁ ଉତ୍ପତ୍ତି l
ସାଗର ତନୁଜା ମାତ ବିଷ୍ଣୁଙ୍କର ପତ୍ନୀ ll
କମଳରେ ବାସ ମାତ କମଳ ଆଳୟା l
କମଳା ମା କମଳିନୀ ତୁହି ହରିପ୍ରୀୟା ll
ଅଷ୍ଟ ରୂପେ ଅଷ୍ଟ ଲକ୍ଷ୍ମୀ ଅଷ୍ଟ…
ବନ୍ଦେ ରାମ ରମଣୀୟ
ବନ୍ଦେ ରାମ ରମଣୀୟ ଶ୍ୟାମଳ ମୂରତି l
ଧନୁର୍ଦ୍ଧାରୀ ସତ୍ୟସନ୍ଧ ସୌମ୍ୟ ବୀରମୂର୍ତ୍ତି ll
ଦଶରଥଙ୍କ ତନୟ ପ୍ରଭୂ ସୀତା ପତି l
ପ୍ରାଣ ପଛେ ଯାଉ ସତ୍ୟେ ରଘୁକୁଳ ନିତି ll
ବିଷ୍ଣୁ ଅଂଶେ ଅବତରି ଥିଲ ଚାରି ଭ୍ରାତ l
ଶ୍ରୀରାମ ଲକ୍ଷ୍ମଣ ଶତ୍ରୁଘନ ଓ ଭରତ ll
ଲକ୍ଷ୍ମୀ ଅଂଶୁ ମାତା ସୀତା…
ଜାନକୀ ବନ୍ଦନା
ଜନକ ନନ୍ଦିନୀ କନକ ବରଣୀ
ଜୟ ମା ସୀତେ ଜାନକୀ l
ଜୟ ଭୂମିସୂତା ବିଦେହ ବନିତା
ଜୟ ମା କୃପା ଦାୟକି ll
ଜୟ ବଇଦେହୀ ଜୟ ମହାମାୟୀ
ଜୟ ମା ଲକ୍ଷ୍ମୀ ଅଂଶୀକେ l
ଜୟ ମୁଖ ଇନ୍ଦୁ ରାମା ରାମବଧୂ
ଜୟ ମା ରଘୁ ବଂଶିକେ ll
ଲଙ୍ଗଳ ମୁନରୁ ଲଭିଲେ ଜନକ
ପାଳିଲେ କରି ଦୁହିତା l
କାଳେ ସମର୍ପିଲେ…
ପଙ୍ଗୁ ଲଙ୍ଘୟତେ ଗିରି
ଜୟ ନୀଳାଚଳ ନାଥ ଅଗତିର ଗତି l
ଜୟ ମାନ ଉଦ୍ଧାରଣ ପ୍ରଭୁ ରମାପତି ll
ଆହେ ପାଣ୍ଡଵ ରକ୍ଷକ କଳାକର ମୁଖ l
ତୁମ୍ଭ ଭକତିରେ ପ୍ରାଣୀ ଲଭେ ସର୍ବସୁଖ ll
ପଦ୍ମ ପଲାଶ ନୟନ ଆହେ ପଦ୍ମ ମୂଖ l
ମୁଖ ଦରଶନେ ପାପ ନ ରହଇ ପାଖ ll
ନେତ ଉଡ଼ାଇଛ ପ୍ରଭୁ ପତିତପାବନ l
ପତିତଜନର ପ୍ରଭୁ ଦୁଃଖ ନିବାରଣ ll…
ଦ୍ଵିତୀୟା ଘାଣ୍ଟ
ରାତି ପାହିନାହିଁ ଅଛି ପାହାନ୍ତିଆ ତାରା l
ଜେଜଙ୍କ ପାଶେ ମିଳିଲା ନାତିଆ ନେତରା ll
ଏଡ଼େବେଗି କିଆଁ ଉଠି ନେତରା ଅଇଲା l
ଜେଜ ବିଚାରଇ ଆଜି କପାଳ ଫାଟିଲା ll
ନେତରା କହିଲା ଜେଜ କାଢ଼ଲୋ ପଇସା l
ଆଈ କରିଥିଲା କାଲି ଦ୍ୱିତୀୟାର ଓଷା ll
ଆଜି ପୁଣି ଅଛି ତାର ଘାଣ୍ଟ ତରକାରୀ l
କିଣି…