ଶ୍ୟାମ ତୋର କେତେ ନାମ

ଅର୍ଜୁନୀ ଚରଣ ବେହେରା

ନମଃ କୃଷ୍ଣ ବାସୁଦେବ ଦେବକୀନନ୍ଦନ l
ନନ୍ଦର ନନ୍ଦନ ପ୍ରଭୂ ଯଶୋଦା ଜୀବନ ll
ଶ୍ରୀଗୋପାଳ ଚୁଡ଼ାମଣି ଗୋକୁଳର ଚନ୍ଦ୍ର l
ଗୋବିନ୍ଦନାମ ରଖିଲେ ଦେବରାଜ ଇନ୍ଦ୍ର ll
ଗୋକୁଳ ରଖିଲ ଟେକି ଗୋବର୍ଦ୍ଧନ ଗିରି l
ଇନ୍ଦ୍ର ବିବାଦେ ବହିଛ ନାମ ଗିରିଧାରୀ ll
ପିତାମ୍ବରୀ ପାଟ କାଛେ ନାମ ପିତାମ୍ବର l
ଦାମ ଉଦରେ ବହିଛ ନାମ ଦାମୋଦର ll
ବୈକୁଣ୍ଠ ବିହାରୀ ଲାତେ ଶ୍ରୀବତ୍ସ ବ୍ରାହ୍ମଣ l
ସନାତନ ନାମ ତୋର ଶ୍ରୀବତ୍ସ ଲାଂଛନ ll
ପୁତ୍ର ଉପଚାରେ ଡାକି ଅଜାମିଳ ପାପୀ l
ନମଃ ନାରାୟଣ ତାରୁ ମହା ମହାପାପୀ ll
କୃଷ୍ଣନାମ ଉଚ୍ଚାରିଲେ ଖଣ୍ଡେ ପାପ ଯେତେ l
ପାପୀ ନକରିପାରଇ କେବେ ପାପ ତେତେ ll
ଧରାଭାର ଉଶ୍ବାସିଲ ହେ ଶ୍ୟାମ କଂସାରୀ l
ମଧୁକୈଟ ଦୈତ୍ୟ ବଧି ମଧୁ କୈଟଭାରି ll
ଗୋପିଙ୍କୁ ଅନାଥକରି ନାମ ଗୋପୀନାଥ l
ଜଗତରେ ଡାକ ପଡ଼େ ନାମ ଜଗନ୍ନାଥ ll
ଗୋପୀଙ୍କ ମନ୍ଦିରେ ପଶି ଛିଡ଼ାଇଲ ଶିକା l
ମାଖନଚୋର ଗୋପିଙ୍କ ଚତୁରି ରାଧିକା ll
ଭାରତ ଯୁଦ୍ଧେ ଚାଳିଲ ପାର୍ଥର ସ୍ୟନ୍ଦନ l
ପାର୍ଥସାରଥୀ ପାର୍ଥକୁ ଦେଲ ଗୀତାଜ୍ଞାନ ll
ଦ୍ରୁପଦନନ୍ଦିନୀ ଡାକେ ଆହେ ଆର୍ତ୍ତତ୍ରାଣ l
ପାଣ୍ଡଵ ସଖା କେଶବ ଫେଡ଼ିଲ କଷଣ ll
ସୁଦାମାର ସାଥେ ମୈତ୍ର ଯାମଳାଭଞ୍ଜନ l
ଶକଟା ଭଞ୍ଜା ମୁରାରୀ ଦାରିଦ୍ର୍ୟ ଭଞ୍ଜନ ll
ଜଗବନ୍ଧୁ ବନ୍ଧୁ ପଣେ ପଡ଼ା ମାଗି ଗଲ l
ଗରବ ଗଞ୍ଜନ କେତେ ଗଞ୍ଜଣା ସହିଲ ll
ଦ୍ଵାରକାକୁ ପଳାଇଲ ଜରାସନ୍ଧେ ଡରି l
ରଣଛୋଡ଼ କପଟିଆ ପ୍ରଭୁ ଚକ୍ରଧାରୀ ll
ଗୋପିଜନ ବଲ୍ଲଭାୟଃ ରୁକ୍ମିଣୀବଲ୍ଲଭ l
ଅସଂଖ୍ୟନାମ ତୁମର କେ ଗଣି ପାରିବ ll
ଅଣାକାର ନିରାକାର ସର୍ବକାର ଧାମ l
ସର୍ବନାମ କାହୁଁ ବା ମୁଁ ଜାଣିବି ଅଧମ ll
ମୁକୁନ୍ଦ, ମାଧବ, ଆଦିକନ୍ଦ, ଦୟାନିଧି l
ଦୟା କର ବନମାଳୀ କରୁଣା ବାରିଧି ll
ଜୟ ଶ୍ରୀକୃଷ୍ଣ
🙏🙏🙏
ଅର୍ଜୁନୀ
————-
ମୋ -7693091971

Comments are closed.