ଓଡ଼ିଶା ସାମାଜିକ ନ୍ୟାୟ ଆନ୍ଦୋଳନର ସଂଗ୍ରାମୀ ସ୍ବର୍ଗୀୟ ବୀରକିଶୋର ପରିଡାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ।

ଭୁବନେଶ୍ୱର : ଉତ୍କଳ ଯାଦବ ମହାସଭା ଓ ସମାଜବାଦୀ ପାର୍ଟି ମିଳିତ ଉଦ୍ୟମରେ ବରିଷ୍ଠ ସମାଜବାଦୀ ନେତା ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ଲଢୁଆ ସଂଗ୍ରାମୀ ସ୍ବର୍ଗତ ବୀରକିଶୋର ପରିଡାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା , ସମାଜବାଦୀ ପାର୍ଟିର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳି ସଭାରେ ସରୋଜ ବେହେରାଙ୍କ ସଭାପତିତ୍ବରେ କରିଥିଲେ । ଏହି ସଭାରେ , ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା , ପ୍ରଫୁଲ୍ଲ ଦାସ , ଅକ୍ଷୟ ପ୍ରସାଦ ବେହେରା , ଅମିତାଭ ଖିଲାର , ଡାକ୍ତର ବେହେରା , ଅମୀୟ ପାଣ୍ଡବ , ଦୀପକ ଯାଦବ , ବ୍ରଜମୋହନ ଜେନା ଅରକ୍ଷିତ ବେହେରା , ମଧୁସୂଦନ ଯାଦବ , ପ୍ରତାପ ସାହୁ , ପ୍ରସନ୍ନ କୁମାର ବେହେରା , ସୁଦର୍ଶନ ପ୍ରଧାନ , ସୁରେନ୍ଦ୍ର ପରିଡା ଓ ମାନସ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ସ୍ବର୍ଗତ ବୀରକିଶୋର ବାବୁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମମ ଅର୍ପଣ କରିଥିଲେ ।

   

Comments are closed.