କଟକ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ନିକଟ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱକର୍ମ।। ସମିତି ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱକର୍ମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦ ଚିକିତ୍ସା, ସ୍ୱାସ୍ଥ୍ୟ ସାହିତ୍ୟ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଲୋକପ୍ରିୟ ଆୟୁର୍ବେଦ ଗବେଷକ, ଡ଼ି, ଲିଟ୍ ପ୍ରାପ୍ତ ଡାକ୍ତର ଦୀନବନ୍ଧୁ ମହାରଣାଙ୍କୁ ସମ୍ମାନଜନକ ଜାତୀୟ ବିଶ୍ୱକର୍ମା ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି । ଉତ୍ସବରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଉତ୍କଳ ପ୍ରସଙ୍ଗର ସଂପାଦକ ଲେନିନ୍ ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଡାକ୍ତର ମହାରଣାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.