ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ଆନୁକୂଲ୍ୟରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ।

0

ବରୋଦା, ତା ୨୪.୧୧.୨୦୨୬ରିଖ। ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ( ଗୁଜରାଟ) ଆଜି ପ୍ରଥମ ବର୍ଷ ବୋଇତ ବନ୍ଦାଣ ମହୋତ୍ସବ ୨୦୨୬ ବହୁତ ଆନନ୍ଦ ଉଲ୍ଲାସରେ ପାଳନ କରିଛି। ଏହି ବୋଇତ ବନ୍ଦାଣ ମହୋତ୍ସବ ଧନୋରା ଶ୍ରୀଜଗନ୍ନାଥ ମନ୍ଦିର ଜାଗାକୁ ଲାଗି ଶ୍ରୀପାଦ ପୁଷ୍କରିଣୀ ରେ ସମାପନ ହୋଇଅଛି।

ଏଥିରେ ବହୁ ସଖ୍ୟାରେ ପ୍ରବାସୀ ଓଡ଼ିଆ ବନ୍ଧୁ ମାନେ ମାଆ ତୁଳସୀ , ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି, ମାଆ ଗଙ୍ଗାଙ୍କ ପୂଜା ଆରତୀ କରିଥିଲେ। ହରିନାମ ସଙ୍କୀର୍ତ୍ତନ ହୋଇଥିଲା। ଉତ୍ସବ ପରେ ଜଳପାନ ବନ୍ଦୋବସ୍ତ କରାଯାଇଥିଲା।
ଧନୋରା ଗ୍ରାମ ସରପଞ୍ଚ ତଥା ଗ୍ରାମବାସୀ ବୃନ୍ଦ ଏ ମହୋତ୍ସବରେ ଭାଗ ନେଇ ଓଡ଼ିଆ ସଂସ୍କୃତିକୁ ଭୂରି ଭୂରି ପ୍ରଶଂସା କରିଥିଲେ।

Leave A Reply

Your email address will not be published.