କଲମ

ମନୋଜ କୁମାର ଦାସ

ନିର୍ଜୀବ ଜୀବନ ଧାରଣ
ଦେଖି ପାରେନି
ଶୁଣି ପାରେନି
କିନ୍ତୁ ,କହିପାରେ
ଲେଖନୀର ତୀକ୍ଷ୍ଣ ମୁନରେ l
ସହି ପାରେନି
କାହାର ଦୁଃଖ,କଷ୍ଟ, ଯନ୍ତ୍ରଣାକୁ
ଝରାଇ ଦିଏ ଦୁଇଟୋପା ଲୁହ
ଦୁର୍ବାର ସାହସ ସୃଷ୍ଟି କରେ
ଜୀବନକୁ ବାଜି ଲଗାଇ l
ଭାଙ୍ଗି ପଡିନି
ବନ୍ଧୁକର ଗୁଳିକୁ ଖାତିର ନାହିଁ
ଭଲକୁ ଭଲ ଆଉ
ମନ୍ଦକୁ ପସନ୍ଦ ନୁହେଁ
ମୁକ୍ତିର ଆନନ୍ଦ ପାଇଁ ଆହ୍ବାନ
ସର୍ବଦା ସଚେତନ
ବଞ୍ଚିବାର ଆଶା ନେଇ l

ଆଳିଜଙ୍ଗା, କପାଳେଶ୍ଵର,
କେନ୍ଦ୍ରାପଡ଼ା
୯୯୩୭୧୭୮୭୫୫

Comments are closed.