ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁସୁରେଶ୍ବରୀଙ୍କ ମାଁ କାଳି ବେଶ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ବରୀ ଆଶ୍ବିନ ଶୁକ୍ଲ ପ୍ରତିପଦା ତିଥିରେ ମାଁ କାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସୋନପୁର ଗଡଜାତର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ହୋଇଛି । ଦେବୀ ମହାଳୟାରୁ ଆରମ୍ଭ କରି ଦଶହରା ତିଥି ଯାଏ ବିଭିନ୍ନ ବେଶ ଧାରଣ କରିବା ପରମ୍ପରା ରହିଛି । ସୋନପୁର ଗଡଜାତର ଶାକ୍ତ ପରମ୍ପରା ପୂଜା ଆରାଧନା କାହିଁ କେତେ ପୁରୁଣା । ସହରର ଐତିହାସିକ ବଳିଯାତ୍ରା ଚାଲିଥିବାରୁ ଦେବୀ ମାଆଙ୍କ ବେଶ ଦର୍ଶନ କରିବା ସହିତ ଦେବୀ କୃପା ଲାଭ କରିବା ପାଇଁ ଏହି ଦେବୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

Comments are closed.