ତରଭାରେ ଉତ୍ସାହର ସହ ତିରଙ୍ଗା ଯାତ୍ରା ଅନୁଷ୍ଠିତ

0

ତରଭା ୧୬ /୮(ନି.ପ୍ର): ତରଭା ସହର ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ଉତ୍ସବମୁଖର ହୋଇ ଉଠିଛି ।ତରଭା ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନଅବସରରେ ତରଭା ରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଯାତ୍ରା ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଠାରୁ ଆରମ୍ଭ ହୋଇ ତରଭା ସହର ପରିକ୍ରମା କରିଥିଲାଏହି ଅବସରରେ ସାଂସଦ ଙ୍କ ତରଭା ବ୍ଲକ ପ୍ରତିନିଧି ବିମଳ ଚନ୍ଦ୍ର ମିଶ୍ର, ତରଭା ଏନଏସି ପ୍ରତିନିଧି ମାନସ କୁମାର ସାହୁ, ତରଭା ବି ଡିଓ ଶିବାନନ୍ଦ କର୍ମୀ, ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ଭୂଏ,ଏନଏସି ନିର୍ବାହୀ ଅଧିକାରୀ ଲଷ୍ମୀକାନ୍ତ ମଲିକ,ବିଏସଏସଓ ପ୍ରଭାସ କୁମାର କର୍ଣ୍ଣ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବନ୍ଦେମାତରଂ ସଙ୍ଗୀତ ସାମୁହିକ ଗାନ କରାଯାଇଥିଲା l ଏହି ଶୋଭା ଯାତ୍ରାରେ ଏକ ହଜାର ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ସୁଭଦ୍ରା ଶକ୍ତି ମହିଳା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ବିଭିନ୍ନ ସରକାରୀ ଅନୁଷ୍ଠାନ ର କର୍ମଚାରୀ, ସାଧାରଣ ନାଗରିକ ହାତରେ ତ୍ରିରଙ୍ଗା ଧରି ସହର ପରିକ୍ରମା କରିଥିଲେ l ଯାତ୍ରା ପ୍ରାରମ୍ଭରେଦେଶାତ୍ମକ ଗୀତ ସହଭାରତ ମାତାକି ଜୟ, ବନ୍ଦେମାତରଂ ସ୍ଲୋଗାନ ସହରବାସୀଙ୍କ ରାଷ୍ଟ୍ରୀୟ ଚେତନା ଜାଗୃତ କରିଥିଲାl “ବନ୍ଦେ ମାତରମ୍” ସାମୁହିକ ଗାନ କରାଯାଇଥିଲା l ଯାତ୍ରା ଶେଷରେ ଜାତୀୟ ସଂଗୀତ ଜନ ଗଣ ମନ ଗାନ କରାଯାଇ ଦେଶ ପ୍ରେମ ର ବାତାବରଣ ସୃଷ୍ଟି କରାଯାଇଥିଲା l ଶୋଭାଯାତ୍ରା ରେ ଏ ଇଏସ କଲେଜ, ବାଳକ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀହରି ବିଦ୍ୟା ନିକେତନ, ସରସ୍ବତୀ ବିଦ୍ୟା ମନ୍ଦିର ର ଛାତ୍ରଛାତ୍ରୀ, ବ୍ଲକ ଆଇ ସି ଡିଏସ, ତହସିଲ, ଏନ ଏ ସି, ପୋଲିସ କର୍ମଚାରୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ l ପତାକା ଧରି ଶତାକ ଲୋକଙ୍କ ଉପସ୍ଥିତି ସହରରେ ଦେଶପ୍ରେମର ପରିବେଶ ସୃଷ୍ଟି କରିଥିଲା ।

Leave A Reply

Your email address will not be published.