ବ୍ଲକସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚର କର୍ମକର୍ତ୍ତା ଚୟନ
ତରଭା, ତା ୧୬/୦୮ : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ସହରସ୍ଥିତ ଶ୍ରୀଶ୍ରୀ ଦଧିବାବନ ମନ୍ଦିର ପ୍ରାଙ୍ଗଣରେ ତରଭା ନଗର ବ୍ରାହ୍ମଣ କମିଟି ଆବାହକତ୍ଵରେ ବ୍ଲକ ଅଧିନସ୍ଥ ଏକୋଇଶଟି ଗ୍ରାମ ପଞ୍ଚାୟତର ସମସ୍ତ ବ୍ରାହ୍ମଣମାନଙ୍କୁ ନେଇ ଏକ ବିରାଟ ମହାସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଉଭୟ ତରଭା ନଗର ଓ ବ୍ଲକସ୍ତରୀୟ ବ୍ରାହ୍ମଣମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।ତରଭା ଏ.ଇ.ଏସ୍. କଲେଜର ପୂର୍ବତନ ଅଧ୍ଯକ୍ଷ ତଥା ସରଗଜ ନିବାସୀ ଶ୍ରୀ ଗୋପାଳ ଚରଣ ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ସଭାପତି, କମସରା ନିବାସୀ ଶ୍ରୀ ଗୋପବନ୍ଧୁ ପଣ୍ଡା ଉପସଭାପତି, ଶ୍ରୀ ରାମନାରାୟଣ ବେଜ ସମ୍ପାଦକ,ସହସମ୍ପାଦକ ଶିଶିର ପଣ୍ଡା, ନିରଞ୍ଜନ ଟାଲି, ସୁଧିର ପଣ୍ଡା,ସଂଜୀବ ଦାସ, ଶ୍ରୀ ସତ୍ଯ ପୂଜାରୀ କୋଷାଧ୍ୟକ୍ଷ , ଶ୍ରୀ ମନୋରଞ୍ଜନ ତ୍ରିପାଠୀ କାର୍ଯ୍ଯକାରୀ ସଭାପତି, ପର୍ଶୁରାମ ବାହିନୀରେ ଶ୍ରୀ ବିକ୍ରମ ମିଶ୍ର ଓ ଉପଦେଷ୍ଟା ମଣ୍ଡଳୀରେ ଅଞ୍ଚଳର ବରିଷ୍ଠ ପଚିଶ ଜଣ ସଦସ୍ଯ, ଶକ୍ତି ବାହିନୀରେ ସୁଶ୍ରୀ ମିନତୀ ମିଶ୍ର , ଆଇନ ପରାମର୍ଶଦାତା ଶ୍ରୀ ଆଦିକନ୍ଦ ପାଣିଗ୍ରାହୀ, ମିଡିଆ ସେଲରେ ସାମ୍ବାଦିକ ମାନଭଞ୍ଜନ ମିଶ୍ର ଏବଂ ସୁକାନ୍ତ ମିଶ୍ରଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ମାନଭଞ୍ଜନ ମିଶ୍ର ସଭା ପରିଚାଳନା କରିଥିବାବେଳେ ମଞ୍ଚାସୀନ ଅତିଥିମାନେ ବ୍ରାହ୍ମଣମାନଙ୍କୁ ସଂଗଠନ, ସଂଘର୍ଷ ଏବଂ ସଂସ୍କାର ଉପରେ ମତ ବ୍ଯକ୍ତ କରିଥିଲେ । ଏହି ଅବସରରେ ଶ୍ରୀ ଦଧିବାବନ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ରଥଛକ, ମାରଓ୍ବାଡିପଡା, ପୋଲିସ ଥାନା, ଦୁର୍ଗା ମଣ୍ଡପ, ନୂଆଁପଡା ଦେଇ ପୁନର୍ବାର ଶ୍ରୀ ଦଧିବାବନ ମନ୍ଦିରରେ ପହଞ୍ଚିଥିଲା । ସମବେତ ସଦସ୍ୟ ସଦସ୍ୟାମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ଯବସ୍ଥା ହୋଇଥିବାବେଳେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ବ୍ରାହ୍ମଣ ସଂଗଠିତ ହୋଇଥିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ମହା ସମାବେଶରେ ବିପୁଳ ସଂଖ୍ୟାରେ ଯୋଗଦାନ କରି ବ୍ରାହ୍ମଣ ଏକତା ମଞ୍ଚକୁ ସୁଦୃଢ଼ କରିବା ନିମନ୍ତେ ସଭାପତି ଶ୍ରୀ ମିଶ୍ର ତଥା ସମ୍ପାଦକ ଶ୍ରୀ ବେଜ ଅନୁରୋଧ କରିଥିଲେ।