ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

0

ମୋହନା,୨୯ା୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା ଜଳସ୍ତର କମିଛି କିନ୍ତୁ ଦୁଃଖ ବଢିଯାଇଛ। ବ୍ରହ୍ମପୁରଠାରୁ ଜୟପୁର, କୋରାପୁଟକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ମୋହନା ନିକଟରେ ଥିବା ଲେଡ଼ବନ୍ଧ ବୁଲାଣିରେ ପ୍ରାୟ ୩୦୦ ମିଟର ରାସ୍ତାରେ ୩ଫୁଟର ପାଣି ଅତିକ୍ରମ କରିବା ଫଳରେ ରାସ୍ତାରୁ ସମ୍ପୂର୍ଣ୍ଣ ପିଚୁ ଉଠି ବଡ଼ ବଡ଼ ଖାଲ ହୋଇଯାଇଛି। ଫଳରେ ଗାଡ଼ ଚଳାଚଳ ବନ୍ଦ ହୋଇଯାଇଛି। ଅନ୍ୟପଟେ ମୋହନାଠାରୁ ଚାନ୍ଦିପୁଟ ଦେଇ ଲୁହାଗୁଡ଼ିଠାରୁ ବ୍ରହ୍ମପୁରକୁ ଯିବା ୩୨୬ ଜାତୀୟ ରାଜପଥରେ ପାଳୁଖୋଳା ନିକଟରେ ପାହାଡ଼ରୁ ପାଣି ଆସି ରାସ୍ତାରେ ୩ ଫୁଟର ପାଣିଜମି କିଛି ଜାଗାରେ ରାସ୍ତା ଧୋଇ ହୋଇଯାଇଛି। ବର୍ଷା ଲାଗି ରହିଥିବାରୁ କୌଣସି ମରାମତି କାର୍ଯ୍ୟ ହୋଇପାରୁନାହିଁ।

Leave A Reply

Your email address will not be published.