ବ୍ରାହ୍ମଣ ସମାଜର ସାଙ୍ଗଠନିକ ବୈଠକ
ସୁବର୍ଣ୍ଣପୁର, ତା୦୮/୦୮ : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ରାହ୍ମଣମାନଙ୍କୁ ନେଇ ସମାଜର ଏକ ସାଙ୍ଗଠନିକ ବୈଠକ ତରଭାସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତିଭାବରେ ଶ୍ରୀଯୁକ୍ତ ଶାନ୍ତନୁ ପଣ୍ଡା, ଉପସଭାପତି ଦୁର୍ଗାପ୍ରସାଦ ଷଡଙ୍ଗୀ, ସଂପାଦକ ରାମନାରାୟଣ ବେଜ, ସହ- ସଂପାଦକ ବିକ୍ରମ ମିଶ୍ର, କୋଷାଧ୍ୟକ୍ଷ ସତ୍ଯ ପୂଜାରୀ, ଏବଂ ଉପଦେଷ୍ଟାଭାବରେ କୃଷ୍ଣ ଚନ୍ଦ୍ର ମିଶ୍ର, ପ୍ରବୀଣ ପଣ୍ଡା, ମିନତୀ ମିଶ୍ର, ନାରାୟଣ ହୋତା, ନୀଳମଣି ମିଶ୍ର, ସଦାନନ୍ଦ ପାଣିଗ୍ରାହୀ, ଦିଲିପ ପାଣିଗ୍ରାହୀ, ସାନନ୍ଦ ପାଣିଗ୍ରାହୀ, ରାଜେନ୍ଦ୍ର ମିଶ୍ର ପ୍ରମୁଖ ସାଙ୍ଗଠନିକ କମିଟିକୁ ମନୋନୀତ ହୋଇଥିବା ଜଣାଯାଇଛି। ଏହି ବୈଠକରେ ଶତାଧିକ ବ୍ରାହ୍ମଣ ଏକତ୍ରୀତ ହୋଇ ସମାଜ କଲ୍ୟାଣ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
Comments are closed.