ଶିମିଳିପାଳରେ ବାଘୁଣୀର ମୃତ୍ୟୁ

0

ବୈଶିଙ୍ଗା: ଶିମିଳିପାଳ ଟାଇଗର ରିଜର୍ଭରେ ପୁଣି ଏକ ମାଈ ବାଘର ମୃତ୍ୟୁ ଚିନ୍ତା ବଢ଼ାଇଛି। ଦକ୍ଷିଣ ବନଖଣ୍ଡ ଅଧୀନ UBK ରେଞ୍ଜର ଜଟିଆଣୀ କ୍ୟାମ୍ପ ନିକଟସ୍ଥ କୋର୍‌ ଅଞ୍ଚଳରୁ ପ୍ରାୟ ୫ ବର୍ଷ ବୟସର ଏକ ବାଘୁଣୀର ମୃତଦେହ ଉଦ୍ଧାର ହୋଇଛି।

ପାଟ୍ରୋଲିଂ କର୍ମଚାରୀମାନେ ମୃତଦେହ ଠାବ କରିଥିଲେ। NTCA SOP ଅନୁଯାୟୀ ବିଶେଷଜ୍ଞ ଟିମ୍‌ ବାଘର ପୋଷ୍ଟମର୍ଟମ୍‌ କରିଥିଲେ। ପ୍ରାଥମିକ ଯାଞ୍ଚରେ ଶରୀରରେ କୌଣସି ଆଘାତ ଚିହ୍ନ ମିଳିନଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ବିଷାକ୍ତତା ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ନମୁନା OUATର CWH, ଭୁବନେଶ୍ୱରକୁ ପଠାଯାଇଛି। ଲାବୋରେଟୋରୀ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Leave A Reply

Your email address will not be published.