ବାଲେଶ୍ୱର, ନଭେମ୍ବର ୨୪ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଗାଳ୍ପିକ ଜୁମରନାଥ ପାତ୍ରଙ୍କ ପ୍ରଥମ ଗଳ୍ପ ସଂକଳନ ‘କଥାରେ କଥାରେ ଗପ’ ସ୍ଥାନୀୟ ସ୍ରଷ୍ଟା ନାଟ୍ୟାଳୟ ଠାରେ ଲୋକାର୍ପିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାହିତ୍ୟ ସଭାରେ ଲେଖକଙ୍କ ମାତା ଦୁଲାଳି ପାତ୍ର ଆନୁଷ୍ଠାନିକ ଭାବେ ପୁସ୍ତକଟିର ଲୋକାର୍ପଣ କରିଥିଲେ।
ଅତିଥି ବକ୍ତା ଭାବେ ଯୋଗଦେଇ ଗାଳ୍ପିକ ନିବାରଣ ଜେନା ଓ ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଡ. ରତ୍ନାକର ସିଂହ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ଯେଉଁ ଗଳ୍ପ ପାଠକଙ୍କ ମନରେ ଦୀର୍ଘଦିନ ଧରି ଆଲୋଡ଼ନ ସୃଷ୍ଟି କରିପାରେ, ତାହା ହିଁ ପ୍ରକୃତରେ ଶ୍ରେଷ୍ଠ ଗଳ୍ପ ବୋଲି ସେମାନେ ମତ ଦେଇଥିଲେ।
ଲେଖକ ଜୁମରନାଥ ପାତ୍ର ନିଜର ଲେଖକୀୟ ଅଭିବ୍ୟକ୍ତିରେ ଗଳ୍ପ ଲେଖିବା ପାଇଁ ପ୍ରେରଣା ଯୋଗାଇଥିବା ବ୍ୟକ୍ତିମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ଡ. ସାରଙ୍ଗଧର ତ୍ରିପାଠୀ ଓ ଅର୍ଜୁନ ପୃଷ୍ଟି ମଧ୍ୟ ପୁସ୍ତକ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ।
ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବାବେଳେ ଯୁଗ୍ମ ସମ୍ପାଦକ ଶାନ୍ତିଲତା ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। କବି ଦୀପକ ବୋଷ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ତପନ ରାୟ, ନିରଞ୍ଜନ ରାଉତ, କବି ଶ୍ରୀଦେବ, ଦୀପ୍ତି ଦାସ, ଡ. ଭାଗବତ ପ୍ରସାଦ ଦାସ, ନିରଞ୍ଜନ ସାହୁ, ଅରୁଣା ରାୟ, କଲ୍ୟାଣୀ ନନ୍ଦ, ଗାୟତ୍ରୀ ପାତ୍ର, ମଣିରାଜ ପାତ୍ର, ଈଷା ପାତ୍ର, ଅନିତା ସାହୁ, ଡ. ପ୍ରତୀଚୀ ନନ୍ଦ, ସମରବଲ୍ଲଭ ଭୋଇ, ପଦ୍ମଲୋଚନ ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, ଜ୍ୟୋତ୍ସ୍ନା ରାୟ, ବିଦ୍ୟାଧର ସାହୁ, ଶରତ କୁମାର ମହାପାତ୍ର, କୁମାର ଗୋପାଳ, ଡ. ଲକ୍ଷ୍ମଣ ବିଶ୍ୱାଳ, ଗୀତାଞ୍ଜଳି ଶତପଥୀ, ସୁବ୍ରତା ମହାନ୍ତି, ମମତା ଦାସ, ଅବନ୍ତୀ ପ୍ରଧାନ, ପୁଷ୍ପଲତା ଚକ୍ରବର୍ତ୍ତୀ, ତୃପ୍ତିରାଣୀ ପାତ୍ର ଓ ଦେବାଶିଷ ସିଂହଙ୍କ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Comments are closed.