ଦ୍ଵିତୀୟା ଘାଣ୍ଟ

ଅର୍ଜୁନୀ ଚରଣ ବେହେରା

ରାତି ପାହିନାହିଁ ଅଛି ପାହାନ୍ତିଆ ତାରା l
ଜେଜଙ୍କ ପାଶେ ମିଳିଲା ନାତିଆ ନେତରା ll
ଏଡ଼େବେଗି କିଆଁ ଉଠି ନେତରା ଅଇଲା l
ଜେଜ ବିଚାରଇ ଆଜି କପାଳ ଫାଟିଲା ll
ନେତରା କହିଲା ଜେଜ କାଢ଼ଲୋ ପଇସା l
ଆଈ କରିଥିଲା କାଲି ଦ୍ୱିତୀୟାର ଓଷା ll
ଆଜି ପୁଣି ଅଛି ତାର ଘାଣ୍ଟ ତରକାରୀ l
କିଣି ଆଣିବି ମୁଁ ହାଟୁ ବେଗ ବେଗ କରି ll
ଗୁଆମାଳ ବୋଇତାଳୁ ଧର୍ମଶାଳା କନ୍ଦ l
ଓଉ ଦୁଇଗୋଟି ଯାହା ତୁମର ପସନ୍ଦ ll
ଗଜା ବୁଟ ଗଜା ସୋଲା ପୁଣି ଗଜା ମୁଗ l
କଞ୍ଚାଲଙ୍କା ପଙ୍ଗାଲୁଣ ତା ସଙ୍ଗେ ଭୃଷଙ୍ଗ ll
ନାଲି ଲଙ୍କା ଗୁଆଘିଏ ଆଈ ଦେବ ଛୁଙ୍କ l
କାସି କାସି ମୁଣ୍ଡେ ତୁମ ଆସିଯିବ ଝୁଙ୍କ ll
ଘାଣ୍ଟଟି କେମନ୍ତ ହେଲା ଜେଜ ହେ ଦେଖିବ l
ସାଇ ପଡ଼ିଶାକୁ ବାଣ୍ଟି ଆପଣେ ଖାଇବ ll
ସ୍ୱାଦଟି ଅପୂର୍ଵ ଜେଜ ଖାଇବନି ବେଶୀ l
ପାଇଖାନା ଯାଇ ଯାଇ ବିତି ଯିବ ନିଶି ll
ଜେଜ ବୋଲେ ଆରେ ନାତି ନେତରା ଛତରା l
ଆଈ ରୋଷେଇ କଳାକୁ ଭାବୁ ତୁ ନାକରା ll
ତାମସା କରୁଛୁ ଏଠୁ ବେଗି ବେଗି ପଳା l
ନ ହେଲେ କାଢିବି ମୁହିଁ ବାଉଁଶିଆ କିଳା ll
————————
ଅର୍ଜୁନୀ
****
ମୋ – ୭୬୯୩୦୯୧୯୭୧

Comments are closed.