ପଙ୍ଗୁ ଲଙ୍ଘୟତେ ଗିରି

ଅର୍ଜୁନୀ ଚରଣ ବେହେରା

ଜୟ ନୀଳାଚଳ ନାଥ ଅଗତିର ଗତି l
ଜୟ ମାନ ଉଦ୍ଧାରଣ ପ୍ରଭୁ ରମାପତି ll
ଆହେ ପାଣ୍ଡଵ ରକ୍ଷକ କଳାକର ମୁଖ l
ତୁମ୍ଭ ଭକତିରେ ପ୍ରାଣୀ ଲଭେ ସର୍ବସୁଖ ll
ପଦ୍ମ ପଲାଶ ନୟନ ଆହେ ପଦ୍ମ ମୂଖ l
ମୁଖ ଦରଶନେ ପାପ ନ ରହଇ ପାଖ ll
ନେତ ଉଡ଼ାଇଛ ପ୍ରଭୁ ପତିତପାବନ l
ପତିତଜନର ପ୍ରଭୁ ଦୁଃଖ ନିବାରଣ ll
ମୃଗୁଣୀ,ପାଞ୍ଚାଳୀ ଡାକ ଆରତରେ ହରି l
ବିପଦରୁ ପାରି କଲ ମୁକୁନ୍ଦ ମୁରାରୀ ll
ଇଚ୍ଛାମୟ ହରି ତୁମେ ଇଚ୍ଛାରେ ବିହର l
ଦୁର୍ବାଦଳ କରିପାର ଦ୍ରୁମ ତରୁ ବର ll
ତୁମ୍ଭ କୃପାବଳେ ପଙ୍ଗୁ ଲଂଘିଯାଏ ଗିରି l
ତୁମ୍ଭ ବଳେ କପି ଗଲେ ମହାସିନ୍ଧୁ ତରି ll
ମୂକ ହୁଅଇ ବାଚାଳ ତୁମ୍ଭ କୃପା ଲଭି l
କାଳିଦାସ,ଶାରଳା ହୋଇଲେ ମହାକବି ll
ଅନ୍ଧର ଲଉଡ଼ି ତୁମେ ଅନ୍ଧାରେ ନୟନ l
ଢକା ବାଜେ ବକାରୀ ହେ ଶ୍ରୀଚକାନୟନ ll
ମହିମା ବର୍ଣ୍ଣନେ ତୁମ୍ଭ ଅଛି କେ ସମର୍ଥ l
ମାତ୍ର ନାମ ଉଚ୍ଚାରଣେ ଲାଭ ପରମାର୍ଥ ll
ଜୟ ଜଗନ୍ନାଥ
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.