ନମସ୍ତେ ମା’ ଶୈଳପୁତ୍ରୀ

ଅର୍ଜୁନୀ ଚରଣ ବେହେରା

ନମସ୍ତେ ମା’ ଶୈଳପୁତ୍ରୀ ହିମବନ୍ତ ଜେମା l
ବାଞ୍ଛା ଫଳ ପ୍ରଦାୟିନୀ ତ୍ରି ନେତ୍ର ଚନ୍ଦ୍ରମା ll
ବୃଷଭ ବାହନୀ ମା’ଲୋ ତ୍ରିଶୂଳ ଧାରିଣୀ l
କରୁଣାମୟୀ ମାଆ ତୁ ଜୟ ନାରାୟଣୀ ll
ନାନାଳଙ୍କାର ଭୂଷିତେ ମସ୍ତକେ କିରୀଟ l
ସିନ୍ଦୁରର ବିନ୍ଦୁ ଶୋଭେ ଉନ୍ନତ ଲଲାଟ ll
ପିତାମ୍ବରୀ କାନ୍ତେ ଶାନ୍ତେ ପ୍ରଫୁଲ୍ଲଵଦନୀ l
ତ୍ରିପୁରେ ପୂଜିତା ମାତା ଦ୍ୱିଭୁଜା ଶିବାନୀ ll
ଏକ ହସ୍ତେ ଶୂଳ ଆନହସ୍ତେ ତୋ କମଳ l
ବୃଷଭେ ଆରୋହୀ ଭ୍ରମୁ ଭୁବନ ମଣ୍ଡଳ ll
ବହୁ କାଳ ତପ ଫଳେ ହିମାଳୟ ମେନା l
ପୁତ୍ରୀରୂପେ ଲଭିଥିଲେ ମାତ ତୁ ଅପର୍ଣ୍ଣା ll
ସତୀ ବିସର୍ଜନେ ଶିବ ଶବ ପ୍ରାୟ ହୋଇ l
ତପକରି କାଳେ ଲଭିଥିଲେ ମହାମାୟୀ ll
ଉଦରୁ ସମ୍ଭବି ତୋର ଦେବ ସେନାପତି l
ତାରକାସୁର ବଧିଲେ ଦେବକାର୍ୟେ ମତି ll
ଉମା,ଗୋଉରୀ,ଚଣ୍ଡିକେ ତୁହି ଜଗଦମ୍ବେ l
ଆନନ୍ଦମୟୀ ମାଆ ତୁ ଜଗଦ୍ଧାତ୍ରୀ,ଅମ୍ବେ ll
ତୋ ପାଦେ ନମଇଁ ମାତେ ଅଜ୍ଞାନ ଅଧମ l
ନମସ୍ତସୈ,ନମସ୍ତସୈ ମହାଦେବୀ ନମଃ ll
🙏🙏🙏
ଅର୍ଜୁନୀ
———–
ମୋ -୭୬୯୩୦୯୧୯୭୧

Comments are closed.