ଚଳିତ ବର୍ଷ ହିନ୍ଦି ଭାଷାରେ ହେବ MBBS ପାଠପଢ଼ା: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା,

ନୂଆଦିଲ୍ଲୀ: ନିଟ୍ ୟୁଜି କାଉନସେଲିଂ ପୂର୍ବରୁ ମେଡିକାଲ ଆଡମିସନ କରିବାକୁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବର୍ଷ ନିଟ୍ ଜରିଆରେ ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ଆରମ୍ଭ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି । ଗୁଜରାଟର ଗାନ୍ଧିନଗର ଟେକ୍ନେଲୋଜି ୟୁନିଭରସିଟିର ନୂଆ କ୍ୟାମ୍ପସର ଶିଳାନ୍ୟାସ କରିବା ଅବସରରେ ଶାହ ଏନେଇ ସୂଚନା ଦେଇଛନ୍ତି ।

ତେବେ ଏମବିବିଏସ ହିନ୍ଦି ଭାଷାରେ ପଢ଼ାଯିବା ପଛର ରହସ୍ୟ ମଧ୍ୟ ଶାହ ଉନ୍ମୋଚନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ ବିଷୟରେ ଉଲ୍ଲେଖ କରିବାକୁ ଯାଇ ଶାହ କହିଛନ୍ତି ଆସନ୍ତା ମାସ ୧୬ ତାରିଖରୁ ଛତିଶଗଡ଼ ବିଳାସପୁରର ଅଟଳ ବିହାରୀ ବାଜପେୟୀ ୟୁନିଭରସିଟିରେ ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ କରାଯିବ । ନ୍ୟାସନାଲ ଏଜୁକେସନ ପଲିସି (ଏନଇପି) ମାତୃଭାଷାକୁ ପ୍ରାଧାନ୍ୟ ଦେଉଛି । ଯଦି ଜଣେ ଛାତ୍ର ନିଜର ମାତୃଭାଷାରେ ଭାବି ପାରୁଛି, ତେବେ ସେ ସେହି ଭାଷାକୁ ବୁଝିବା ସହ ଅପେକ୍ଷାକୃତ ଅଧିକ ରିସର୍ଚ୍ଚ କରିପାରିବ ।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ କିଛି ଲୋକଙ୍କୁ ଅଜବ ଲାଗୁ ଥାଇପାରେ । ଜଣେ ଛାତ୍ର ନିଜର ମାତୃଭାଷାରେ ଭାବିବା, କହିବା, ପଢ଼ିବା ସହ ଭଲ ଭାବେ ଗବେଷଣା କରିପାରିବ । ରଟ୍ଟା ମାରି ଶିକ୍ଷାଲାଭ କରାଯାଇଥିବା ଭାଷା କୌଣସି କାର୍ଯ୍ୟରେ ଆସେ ନାହିଁ । ଏଥିପାଇଁ ଅଟଳ ବିହାରୀ ବାଜପେୟୀ ୟୁନିଭରସିଟିର ଏମବିବିଏସର ପ୍ରଥମ ସେମିଷ୍ଟର ସମ୍ପୂର୍ଣ୍ଣ ଭାବେ ହିନ୍ଦି ଭାଷାରେ ହେବ । ଏନଇପି କେବଳ ଏକ ପୁସ୍ତକ ନୁହେଁ ବରଂ ଏହା ଏକ ଲାଇବ୍ରେରୀ । ଏଥିରେ ଭାରତୀୟ ଭାଷା, କଳା ଓ ସଂସ୍କୃତିକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କ ଜୀବନଶୈଳୀକୁ ଟେକ୍ନୋଲୋଜି ମାଧ୍ୟମରେ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛନ୍ତି ।

Comments are closed.