ଦୀପାବଳିରେ ପିଏମ୍ ମୋଦୀଙ୍କ ବଡ଼ ବୟାନ: ମା’ ଭାରତୀଙ୍କ ବୀର ପୁଅ ଓ ଝିଅ ମୋ ପରିବାର

0

ଏନୂଆଦିଲ୍ଲୀ: ବେ ନକ୍ସଲବାଦର ଆତଙ୍କ ଶେଷ ହୋଇଛି ଏବଂ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଆପଣମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ମୁଁ ବସ୍ତରର ଜଙ୍ଗଲକୁ ଆସିଛି। ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀପାବଳି ଅବସରରେ ଛତିଶଗଡ଼ର ବସ୍ତରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ‘ଆଜି ସାରା ଦେଶ ସମେତ ବିଶ୍ୱର କୋଣ ଅନୁକୋଣରେ କୋଟି କୋଟି ଭାରତୀୟ ଆଲୋକର ପବିତ୍ର ପର୍ବ ପାଳନ କରୁଛନ୍ତି। ଦୂରଦୂରାନ୍ତରୁ ଲୋକେ ନିଜ ଘରକୁ ଫେରୁଛନ୍ତି। ପରିବାର ଓ ଆତ୍ମୀୟସ୍ୱଜନଙ୍କ ସହ ମିଳାମିଶା କରିବାର ଏହା ଏକ ବଡ଼ ଉତ୍ସବ। ମୁଁ ମଧ୍ୟ ଆପଣମାନଙ୍କ ସହ ଦୀପାବଳି ପାଳନ କରିବାକୁ ଆସିଛି । ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ ।
ପ୍ରଧାନମନ୍ତ୍ରୀ କହିଥିଲେ ‘ସୀମାରେ ଓ ଦେଶ ଭିତରେ ରାଷ୍ଟ୍ରର ସୁରକ୍ଷା କରୁଥିବା, ଦେଶର ପ୍ରହରୀ, ମା’ ଭାରତୀଙ୍କ ବୀର ପୁଅ ଓ ଝିଅମାନେ ମୋର ନିଜ ପରିବାରର ସଦସ୍ୟ। ଆପଣମାନେ ସମସ୍ତେ ମୋ ପରିବାରର ଅଂଶ ବିଶେଷ। ହିମାଳୟର କୋଳରେ କାର୍ଗିଲରୁ ଲେପ୍‌ଚା ପର୍ଯ୍ୟନ୍ତ ଏବଂ ସମୁଦ୍ର କୂଳର ସର୍ କ୍ରିକ୍‌ରୁ ସମୁଦ୍ର ମଧ୍ୟରେ ଥିବା ଆଇଏନ୍‌ଏସ୍ ବିକ୍ରାନ୍ତ ପର୍ଯ୍ୟନ୍ତ ବୀର ଯବାନଙ୍କ ସହ ପାଳନ କରିଥିବା ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ହୋଇ ରହିଛି।’
ସେ କହିଥିଲେ, ୨୦୨୬ର ଏହି ଦୀପାବଳି ପ୍ରକୃତରେ ସ୍ୱତନ୍ତ୍ର। ଏହା ହେଉଛି ପ୍ରଥମ ଦୀପାବଳି, ଯେତେବେଳେ ଦେଶ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ନକ୍ସଲବାଦ ଓ ମାଓବାଦୀ ଆତଙ୍କ ବିରୋଧୀ ଲଢ଼େଇରେ ବିଜୟ ହାସଲ କରିଛି। ଏହା ପ୍ରଥମ ଦୀପାବଳି, ଯେତେବେଳେ ଦେଶର ପ୍ରତ୍ୟେକ ଜିଲ୍ଲା ନକ୍ସଲବାଦରୁ ମୁକ୍ତ ହୋଇଛି। ଏହା ପ୍ରଥମ ଦୀପାବଳି, ଯେତେବେଳେ କୋଟି କୋଟି ଦେଶବାସୀ ନକ୍ସଲବାଦର ଭୟକୁ ପରାସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ମାଓବାଦୀ ଆତଙ୍କ ଓ ନକ୍ସଲବାଦ ବିରୋଧୀ ଲଢ଼େଇ ଆଦୌ ସହଜ ନଥିଲା। ଏକ ସମୟରେ ଦେଶର ପ୍ରାୟ ୨୦ଟି ରାଜ୍ୟର ୨୩୦ରୁ ଅଧିକ ଜିଲ୍ଲା ନକ୍ସଲବାଦ ଦ୍ୱାରା ପ୍ରଭାବିତ ଥିଲା। ସନ୍ଧ୍ୟା ହେବା ପରେ ସେହି ଅଞ୍ଚଳଗୁଡ଼ିକରେ ଜୀବନଯାତ୍ରା ଠପ୍ ହୋଇଯାଉଥିଲା। ଏପରିକି ନକ୍ସଲମାନେ ଲୋକଙ୍କଠାରୁ ମତଦାନର ଅଧିକାର ମଧ୍ୟ ଛଡ଼ାଇ ନେଇଥିଲେ। ବିହାର, ମହାରାଷ୍ଟ୍ର, ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ଦେଶର ଏକ ବଡ଼ ଅଞ୍ଚଳ ବାମପନ୍ଥୀ ଉଗ୍ରବାଦ କବଳରେ ଥିଲା। ହଜାର ହଜାର ଗାଁ, କୋଟି କୋଟି ଲୋକ ଏହାଦ୍ୱାରା ପ୍ରଭାବିତ ହେଉଥିଲେ। ଗୋଟିଏ ବର୍ଷରେ ୨ ହଜାର ପର୍ଯ୍ୟନ୍ତ ନକ୍ସଲ ଆକ୍ରମଣ ହେଉଥିଲା। ୨୦୧୦ରେ ଦନ୍ତେୱାଡ଼ାରେ ନକ୍ସଲଙ୍କ ସହ ମୁହାଁମୁହିଁ ସଂଘର୍ଷରେ ଆମର ୭୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ସେହି ୨୦୧୦ ମସିହାରେ ଦନ୍ତେୱାଡ଼ାରେ ଅନ୍ୟ ଏକ ଘଟଣାରେ ୪୪ ଜଣ ନିରୀହ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ଏହି ମାଟି ଆମ ବୀର ଯବାନଙ୍କ ରକ୍ତରେ ରଞ୍ଜିତ ହୋଇଥିଲା। ଏହି ସମୟ ମଧ୍ୟରେ କେବଳ ଛତିଶଗଡ଼ରେ ୧ ହଜାରରୁ ଅଧିକ ଯବାନ ବଳିଦାନ ଦେଇଛନ୍ତି। ଆଇଇଡି ବିସ୍ଫୋରଣରେ ଅନେକ ଯବାନ ନିଜର ହାତ ଓ ଗୋଡ଼ ହରାଇଛନ୍ତି। ସେମାନଙ୍କୁ ସମ୍ମାନ ଦେବାର ସମୟ ଆସଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଦେଶବାସୀଙ୍କୁ ଅହ୍ୱାନ ଦେଇଥିଲେ ।
ପର୍ଯ୍ୟନ୍ତ

Leave A Reply

Your email address will not be published.