କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟସ୍ଥ ଓଡ଼ିଶା ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟରେ ଅଘଟଣ। କାର୍ଯ୍ୟ କରୁଥିବା ସମୟରେ ପୋଡ଼ି ହୋଇ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ କଲଣ୍ଡା ଗାଁର ସଂଞ୍ଚୟ ଗିରି ଏବଂ ମୟୁରଭଞ୍ଜ ଜିଲ୍ଲାର
ଚିନ୍ତାମଣି କଲା । ଶରୀରର ୪୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରେଫର୍ କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ବଡ଼ ପ୍ରଶ୍ନ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କାରଖାନାରେ କାମ କରିବା ସମୟରେ ଶ୍ରମିକମାନେ ଆବଶ୍ୟକ ସୁରକ୍ଷା ପୋଷାକ ଓ ଉପକରଣ ପିନ୍ଧିନଥିଲେ। SOP ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.