ନମସ୍ତେ ମା’ ଚନ୍ଦ୍ରଘଣ୍ଟା

ନମସ୍ତେ ମା’ ଚନ୍ଦ୍ରଘଣ୍ଟା ଶାର୍ଦ୍ଦୁଳ ବାହନୀ l
ଚଉଦବ୍ରହ୍ମାଣ୍ଡେ ଶୁଭେ ଦିବ୍ୟ ଘଣ୍ଟାଧ୍ୱନୀ ll
ମହିଷା ନିଧନେ ମାତ ହେଲୁ ଆବିର୍ଭୁତା l
ଦେବଗଣ ଅସ୍ତ୍ରଶସ୍ତ୍ରେ କଲେ ବିଭୂଷିତା ll
ସୁର ପତି ଇନ୍ଦ୍ର ପ୍ରଦାନିଲେ ଦିବ୍ୟ ଘଣ୍ଟା l
ଘୋଷିବାକୁ ବ୍ରହ୍ମାଣ୍ଡରେ ବ୍ରହ୍ମଜ୍ଞାନ କଥା ll
ସେ ଘଣ୍ଟାରେ ପୁରିଥାଇ ଐରାବତ ବଳ l
ପ୍ରଣବ ନାଦରେ ପୁରେ ବ୍ରହ୍ମାଣ୍ଡ ମଣ୍ଡଳ ll
ସର୍ବଵାଦ୍ୟମୟୀ ଅଟେ ସେହି ଘଣ୍ଟାନାଦ l
ସଂସାର ସୃଷ୍ଟି କାରେଣୀ ପ୍ରଣବ ଶବଦ ll
ସାଧକେ ସିଦ୍ଧି ଲଭିଲେ ଜପି ନାରାୟଣୀ l
କର୍ଣ୍ଣପୁଟେ ଶୁଣିଥାନ୍ତି ସେ ଘଣ୍ଟାର ଧ୍ୱନୀ ll
ଜୀବ ମୃତ୍ୟୁକାଳେ ଶୁଣି ଚନ୍ଦ୍ରଘଣ୍ଟା ଧ୍ୱନୀ l
ଯମଙ୍କ ବାହନ କଣ୍ଠେ ବାଜେ କିଣି କିଣି ll
ମାତୃ ସେବକେ ପ୍ରତୀତ ମାତୃ ଆଗମନୀ l
ନମଃ ନମଃ ଚନ୍ଦ୍ରଘଣ୍ଟେ ଜଗତ ଜନନୀ ll
ତପ୍ତକାଞ୍ଚନ ପରାୟେ ତୋର ରୂପ କାନ୍ତି l
ତିନି ନେତ୍ର ଦଶଭୁଜେ ସୁଶୋଭନ ଅତି ll
ମସ୍ତକେ ଶୋଭଇ ତୋର ଅର୍ଦ୍ଧଚନ୍ଦ୍ର ଘଣ୍ଟା l
କଲ୍ୟାଣମୟୀ ତୁ ଭାଙ୍ଗୁ ଦୁଃର୍ଜନର ଅଣ୍ଟା ll
ବୀରରସେ ତୋ ମୂରତି ରାଜେ ଝଟ ଝଟ l
ଭକ୍ତି ଭରେ ପୁଜେ ମାତା ଭକତେ ନିକଟ ll
ମାହେଶ୍ୱରୀ, ମହାମାୟୀ ଜଗତ ପାଳିନୀ l
ନମସ୍ତସୈ, ନମସ୍ତସୈ ନମଃ ନାରାୟଣୀ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.