ନମସ୍ତେ କୁଷ୍ମାଣ୍ଡା ମାତା

ଅର୍ଜୁନୀ ଚରଣ ବେହେରା

ନମସ୍ତେ କୁଷ୍ମାଣ୍ଡା ମାତା ତ୍ରିତାପ ହରିଣୀ l
ଅଷ୍ଟଭୁଜେ ମହାମାୟୀ ଜଗତ ପାଳିନୀ ll
ସଂସାରର ସର୍ବ କୁଷ୍ମା ବହି ମା ଉଦରେ l
କୁଷ୍ମାଣ୍ଡା ନାମ ବହିଲୁ ମାଆ ଜଗତରେ ll
ସପ୍ତହସ୍ତେ ଶୋଭା ମାତ ନାନା ଅସ୍ତ୍ରାବଳୀ l
ଦକ୍ଷିଣ ହସ୍ତେ ଧରିଛୁ ଦୃଢ଼େ ଜପାମାଳୀ ll
କେଶରୀ ବାହନେ କରୁ ବିଶ୍ୱ ପର୍ଯ୍ୟଟନ l
ଶରଣ ଗଲି ମାତେ ତୋ ଅଭୟ ଚରଣ ll
କଲ୍ୟାଣ ମୟୀ ଜନନୀ ସନ୍ତାନ ବତ୍ସଳା l
ଉମା, ପର୍ବତ ନନ୍ଦିନୀ ହିମାଦ୍ରୀ ଅବଳା ll
ମାହେଶ୍ୱରୀ,ହିମବନ୍ତି,ଅନ୍ନପୂର୍ଣ୍ଣା,ଗୌରୀ l
ତିନିପୁରେ ପୂଜା ତୋର ତ୍ରିପୁର ସୁନ୍ଦରୀ ll
ସୂର୍ଯ୍ୟ ମଣ୍ଡଳରେ ମାତା ତୋର ଅବସ୍ଥିତି l
ନମଃନମଃ ମହାମାୟୀ ନମଃ କୁଷ୍ମେଣ୍ଡିତି ll
ଭକ୍ତିକୁସୁମରେ ମାତ କରେ ତୋର ପୂଜା l
ନମସ୍ତସୈ ମହାଦେବୀ ହିମାଦ୍ରୀ ତନୁଜା ll
🙏🙏🙏
ଅର୍ଜୁନୀ
————-
ମୋ -7693091971

Comments are closed.