ଆଦର୍ଶ ପ୍ରଧାନଶିକ୍ଷକ ଚକ୍ରଧର ସ୍ବାଇଁଙ୍କ ସପ୍ତମ ବାର୍ଷିକ ସ୍ମୃତି ସମାରୋହରେ ଶିକ୍ଷା ଆଲୋଚନା ଚକ୍ର

ବୋଲଗଡ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ସ୍ବର୍ଗତ ଚକ୍ରଧର ସ୍ବାଇଁଙ୍କ ପ୍ରତିଷ୍ଠିତ ତାଙ୍କ ଜନ୍ମସ୍ଥାନ ନରେନ୍ଦ୍ରପୁରସ୍ଥ ବାସୁଦେବ ଦୁର୍ଯ୍ୟୋଧନ ଆଞ୍ଚଳିକ ବିଦ୍ୟାପୀଠରେ ସପ୍ତମ ବାର୍ଷିକ ସ୍ମୃତି ସମାରୋହ ବିଶିଷ୍ଟ ଶିକ୍ଷକ ନେତା ସୁମନ୍ତ ଛୋଟରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଶିକ୍ଷା ଆଲୋଚନା ଚକ୍ର “ଓଡିଶାର ସାଧାରଣ ଶିକ୍ଷା ବ୍ୟବସ୍ଥା: ପ୍ରଗତି ଓ ଅନ୍ତରାୟ” ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପ୍ରାକ୍ତନ ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା, ମୁଖ୍ୟବକ୍ତା ଭାବରେ ବିଜେବି ହାଇସ୍କୁଲ ଖୋର୍ଦ୍ଧାର ପ୍ରାକ୍ତନ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ପରମଗୁରୁ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ବାଲ୍ମିକୀ ବଳିୟାରସିଂହ, ଶିକ୍ଷକ ନେତା ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ଶିକ୍ଷାବିତ୍ ରଘୁନାଥ ଦଳବେହେରା, ଶିକ୍ଷାବିତ୍ ନଳିନୀକାନ୍ତ ପଣ୍ଡା, ଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ର, କୃଷି ଅଧିକାରୀ କୈଳାସଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ପ୍ରଧାନଶିକ୍ଷକ ମନୋଜ କୁମାର ଗୁମାନସିଂହ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ ପ୍ରମୋଦ କୁମାର ଦଳବେହେରା ପ୍ରୟାତ ଚକ୍ରଧର ସ୍ବାଇଁଙ୍କ ବହୁମୁଖୀ ବ୍ୟକ୍ତିତ୍ବର ଅବତାରଣା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ମହନ୍ତ ଗୋପାଳ ଚରଣ ଦାସ ଉକ୍ତ ବିଦ୍ୟାଳୟ ସଂଗଠନରେ ସ୍ବର୍ଗତ ସ୍ବାଇଁଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ମୋ ସ୍କୁଲ୍ ଆଲୁମିନି କମିଟିର ସଂପାଦିକା ଅମ୍ରିତା ସିଂହ, ସରପଞ୍ଚ ତ୍ରିନାଥ ରାଉତ, ଛାତ୍ରୀମାନଙ୍କ ମଧ୍ୟରୁ ଶକ୍ତିରୂପା ସାହୁ, ରାଜଶ୍ରୀ ସାମନ୍ତସିଂହାର, ଭାରତୀ ରାଉତରା, ସୀମା ମହାପାତ୍ର, ସ୍ବପ୍ନାଲିକା ପ୍ରିୟଦର୍ଶିନୀ, ସସ୍ମିତା ପଟ୍ଟନାୟକ ପ୍ରମୁଖ ସ୍ବର୍ଗତ ସ୍ବାଇଁଙ୍କର ଶୈକ୍ଷିକ ପ୍ରତିଭା ତଥା ସାମାଜିକ ଅବଦାନ ସଂପର୍କରେ ଆଲୋଚନା କରିଥିଲେ।
ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ସମାଜସେବୀ ଇଂ ରମେଶ ଚନ୍ଦ୍ର ସାହୁଙ୍କୁ ମାନପତ୍ର ଉପାୟନ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗତ ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ମଧୁସ୍ମିତା ପୃଷ୍ଟି, ସନ୍ଦୀପ୍ କୁମାର ସାହୁ ଓ ସୁନୟନା ସାହୁଙ୍କୁ ପ୍ରଶଂସା ପତ୍ର ସହିତ ପୁରସ୍କାର ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ କବିରାଜ ବେହେରା, ଦିଲ୍ଲୀପ କୁମାର ପଣ୍ଡା, ଶରତ କୁମାର ସାହୁ, ପ୍ରମୋଦ କୁମାର ଦଳବେହେରା, ଅଲେଖ ସାମନ୍ତରାୟ, ମମତା ଦେଈ, ବିନତା ଦେଈ, ନିରଞ୍ଜନ ପଣ୍ଡା, ଭାସ୍କର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଦ୍ୟାଳୟର ସଭାପତି ଶିକ୍ଷାବିତ୍ ନିରଞ୍ଜନ ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

 

Comments are closed.