ଗାନ୍ଧୀଙ୍କୁ ହେଲା ମରଣ

ଅର୍ଜୁନୀ ଚରଣ ବେହେରା

ଅଷ୍ଟମ ଗରଭ ସନ୍ତାନକୁ କେବେ
ମାରିକି ପାରିଲା କଂସ l
ସତ୍ୟ ଚିରନ୍ତନ ନିଶ୍ଚେ ହୋଇଥାଏ
କାଳେ ତାହାର ପ୍ରକାଶ ll
ବିଶ୍ୱରେ ପ୍ରଚାରି ସତ୍ୟ ପ୍ରେମ ବାଣୀ
କ୍ରୁଷ୍ ପରେ ହେଲେ ବିଦ୍ଧ l
କାଳେ ହେଲା ପୁଣି ଈଶ୍ୱରଙ୍କ ପୁତ୍ର
ଯୀଶୁଖ୍ରୀଷ୍ଟ ବାଣୀ ସିଦ୍ଧ ll
ସକ୍ରେଟିସ ସତ୍ୟ ବାଣୀ ପ୍ରଚାରିଲେ
ପଛେ ପଡ଼ିଗଲେ ଲୋକ l
ସତ୍ୟ କଥନରେ ରହିଲେ ଅଟଳ
ପିଇ ପଛେ ହେମଲୋକ ll
ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମା କରେ
ଏହା ଅଟେ ଧ୍ରୁବ ସତ୍ୟ l
ଗାଲିଲିଓ ହେଲେ ହନ୍ତସନ୍ତ ସିନା
ସତ୍ୟ ହୋଇଲା ପ୍ରକଟ ll
ସତ୍ୟର କଣ୍ଠକୁ ରୋକିବା ପ୍ରୟାସ
ଅଜ୍ଞାନତା ଅଟେ ସିନା l
ସତ୍ୟେ ଆତଯାତ ଏ ବିଶ୍ୱ ଜଗତ
ସଦା ଏହା କର ଘେନା ll
ଆମ ଆର୍ଯ୍ୟଭୂମି ଏଇ ଭାରତରେ
ସତ୍ୟ ଅହିଂସା ପୂଜାରୀ l
ଗାନ୍ଧୀ ବୋଲି ଜଣେ ମହାତମା
ଦିନେ ଆସିଥିଲେ ଅବତରି ll
ବିଶ୍ୱାସ ହେବନି ଏକଥା କହିଲେ
ବିଶ୍ୱର ବଡ଼ ବିଜ୍ଞାନୀ l
ରକ୍ତ ମାଂସ ଧାରୀ ମଣିଷ ଏପରି
ଚାଲିଥିଲା ଏ ମେଦିନୀ ll
ବିଶ୍ୱ ଭରେ ଆଜି ଚରଚା ହେଉଛି
ଗାନ୍ଧୀଗିରି ଗାନ୍ଧୀ ନୀତି l
କେତେ ଜ୍ଞାନୀ ଗୁଣି ଗାନ୍ଧୀ ଗୁଣ ଗୁଣି
ଗବେଷଣା କରୁଛନ୍ତି ll
ଲୋକେ କହୁଛନ୍ତି ଲୋକେ ବୁଝିବାକୁ
ଗାନ୍ଧୀଙ୍କୁ ହେଲା ମରଣ l
ଅମ୍ଳାନ ସେ ଦୀପ ଶିଖା ଲିଭାଇବ,
କିଏ ଏଡ଼େ ବଳିୟାନ ll
ଗାନ୍ଧୀଙ୍କର ଯେବେ ମୃତ୍ୟୁ ହୋଇଯିବ
ସତ୍ୟ ଲିଭିବ ସଂସାରୁ l
କୋଟିଏ ପ୍ରଣାମ ହେ ମହାମାନଵ
ମହାତମା ବିଶ୍ୱ ଗୁରୁ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.