ଭାରତରତ୍ନ ଅବଦୁଲ କାଲାମ

ଅର୍ଜୁନୀ ଚରଣ ବେହେରା

ଶ୍ରୀରାମେଶ୍ୱର ରାମେଶ୍ୱରରେ
ତ୍ରେତୟା ଯୁଗ କଥା l
ଶ୍ରୀରାମ ଥାପି ବାନ୍ଧିଲେ ବନ୍ଧ
ଉଦ୍ଧାର ପାଇଁ ସୀତା ll
ଏ କଳି ଯୁଗେ ପ୍ରମାଣ ତାର
ଅଛି ସେ ଶିବଲିଙ୍ଗ l
ସେ ଭୂମେ ଦିନେ ଜନମ ନେଲା
ଏକ ଅଗ୍ନି ସ୍ପୁଲିଙ୍ଗ ll
ଅବଦୁଲ କାଲାମ ନାଆଁ ତା’ର
ଗରିବ ବାପ ମାଆ l
ନାଵ ଚାଳିବା କୁଳ ବେଉସା
ପାବନ ଦ୍ବୀପ ଗାଆଁ ll
ଆସିଆମ୍ମା ମାତା ତାହାର
ପିତା ଜୈନୁଲାବଦିନ l
ପଞ୍ଚଦଶ ଅକଟୋବର ତାହାର
ଜନମ୍ ଦିନ୍ ll
ଗରିବ ପିଲା କାଗଜ ବିକେ
ପେଟ ପୋଷିବା ପାଇଁ l
ବାଲ୍ୟକାଳରୁ ବିଦ୍ୟା ସାଧିଲା
ମାନ୍ଦ୍ରାଜ ଗଲା ଧାଇଁ ll
ପଦାର୍ଥ ବିଦ୍ୟା ବ୍ୟୋମ ଯାନ୍ତ୍ରିକି
ସାଧନେ ଦେଲା ମତି l
ଅଣୁ, ସମର, ମହା ଆକାଶ
ବିଜ୍ଞାନ କଲା ବୃତ୍ତି ll
ପୋଖାରଣରେ ପରମାଣୁର ବୋମା
ଦେଲା ଫୁଟାଇ l
ଅଗ୍ନିର ଡେଣା ନିର୍ମାଣ କଲା
ଅରି ହୃଦ ଥରାଇ ll
ପୃଥ୍ଵୀ, ଅଗନି, ନାଗ, ତ୍ରିଶୂଳ
ଆଦି ଵାୟଵ୍ୟ ଅସ୍ତ୍ର l
ଉଡ଼ାଇ ଦେଲା ରୋହିଣୀ ଗ୍ରହ
ବିଶ୍ୱ ହୋଇଲା ତ୍ରସ୍ତ ll
କାଲାମ ଭାଇ ଭାରି ଆଦର
ଆମ ଓଡିଶା ମାଟି l
ବିଜୁ ଚାଚାଙ୍କ ଆମନ୍ତ୍ରଣରେ
ବସାଇ ଦେଲା ଘାଟି ll
ସେ ବିଜୁ ବାବୁ କଳିଙ୍ଗ ବୀର
ନବୀନ ତାର ବେଟା l
କାଲାମ ନାମେ ନାମିତ କଲା
ହୁଇଲର ଦ୍ବୀପଟା ll
ଗୁଣକୁ ସିନା ଚିହ୍ନେ ଗୁଣିଆ
ସୁନା ବଣିଆ ଭାଈ l
କାଲାମ ଗୁଣ ଚିହ୍ନିଲେ ପୁଣି
ଆମ ଅଟଳ ଭାଈ ll
କାଲାମ ଭାଈ ଅଟଇ ଆମ
ଏ ଯୁଗ ଦ୍ରୋଣାଚାର୍ଯ୍ୟ l
ରାଷ୍ଟ୍ରପତିର ଆସନେ ହେଲେ
ଆମରି ରାଷ୍ଟ୍ରାଚାର୍ଯ୍ୟ ll
ଯୁବକ ଗଣେ ମନ୍ତ୍ର ଦେଇ
କରାଇଲେ ଉଦବୁଦ୍ଧ l
ବିଜ୍ଞାନୀ ପ୍ରାୟେ ଚିନ୍ତନ କର
ବିଜ୍ଞାନ ବିଦ୍ୟା ସାଧ ll
ଦେଶ ବିଦେଶୁ ଛୁଟି ଆସିଲା
ପ୍ରଶସ୍ତି ପତ୍ର ଢେଉ l
ଡ଼କଟରେଟ ଡିଇ ଲିଇଟି
କହିବା କେତେ ଆଉ ll
ଦେଶ ତୁମକୁ ସମ୍ମାନ କଲା
ଅର୍ପି ପଦ୍ମ ଭୂଷଣ l
ଭାରତ ସରେ ପଦ୍ମ ହେ ତୁମ୍ଭେ
ହେ ପଦ୍ମ ବିଭୂଷଣ ll
ସିଲଙ୍ଗଅ ନଗରୀ ବସିଥିଲା
ସେଦିନ ପଥ ଚାହିଁ l
ଉଦବୋଧନରେ ଉଦ୍ବୁଦ୍ଧିବ ପ୍ରୀୟ
କାଲାମ ଭାଈ ll
ଛାତ୍ର ସମାଜ ଦୀକ୍ଷିତ ହେଲେ
ଦିବ୍ୟ ବାରତା ପାଇ l
ଟଳି ପଡ଼ିଲ ମଞ୍ଚ ଆସନେ
ସଞ୍ଜ ଆସିଲା ନଇଁ ll
ବୈଜ୍ଞାନିକ ରାଷ୍ଟ୍ରପତି ହେ ଦିବ୍ୟ
ତୁମ୍ଭ ରାଷ୍ଟ୍ର ନୀତି l
ଅମ୍ଲାନ ରହୁ ଗୁରୁ ବାକ୍ୟ ଯେ ଦିନ
ଯାଏ ଥିବ ସୃଷ୍ଟି ll
କମାଲ କମାଲ କାଲାମ ଭାଈ
କମାଲ ତୁମର ଜ୍ଞାନ ମଲମ l
ଭାରତ ରତ୍ନ ଅବଦୁଲ କାଲାମ
କରୁଛୁ ତୁମ୍ଭଙ୍କୁ କୋଟି ସଲାମ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.