ମିଛେ ଗଲି ବୃନ୍ଦାବନ

ଅର୍ଜୁନୀ ଚରଣ ବେହେରା

ମିଛେ ଗଲି ବୃନ୍ଦାବନ ସଜନୀରେ
ମିଛେ ଗଲି ବୃନ୍ଦାବନ l
ବୃନ୍ଦାବନେ ଦେଖି ବୃନ୍ଦାବନ ଚନ୍ଦ୍ର
ଯଶୋଦା ନନ୍ଦ ନନ୍ଦନ ll
ରାଧା କୁଣ୍ଡ ଶ୍ୟାମ କୁଣ୍ଡରେ ସ୍ନାହାନ
ପରିକ୍ରମା ଗୋବର୍ଦ୍ଧନ l
ମଥୁରା ଚତୁର ମାମୁଁ କାରାଗାର
ରାସ କୁଞ୍ଜ ନିଧି ବନ ll
ବାଙ୍କ ବିହାରୀଙ୍କ ବାଙ୍କ ଚୂଡ଼ା ଦେଖି
ଗୋପୀ ଚନ୍ଦନ ଲେପନ l
ଶ୍ରୀରାଧା କୃଷ୍ଣଙ୍କ ଯୁଗଳ ମୂରତି
ମଧୁର ମୁରଲୀ ସ୍ଵନ ll
ତମାଳ, ମାଳତୀ, କଦମ୍ବ, କେତକୀ
ଅଷ୍ଟ ସଖା ସଖି ଗଣ l
ଶ୍ରୀକୃଷ୍ଣ ପାଦରେ ଠୂମୁକି କଠଉ
ନୁପୁର ତା ରୁଣ ଝୁଣ ll
ଚନ୍ଦ୍ରାବଳି ପୁର କୁବୁଜା ଉଦ୍ଧାର
ବନ୍ଧୁ ସୁଦାମା ବ୍ରାହ୍ମଣ l
ଷୋଳ ସସ୍ର ଗୋପୀ ପ୍ରଭୁ ଗୋପୀନାଥ
ଗୋପ ଗୋପାଳୁଣୀ ଗଣ ll
କାଳିନ୍ଦୀ ହ୍ରଦରେ କାଳୀୟ ଦଳନ
ଚୋରୀ ଗୋପୀଙ୍କ ବସନ l
ମାତା ଯଶୋମତି ଉଦୁଖଳ ବନ୍ଧା
ଭଗ୍ନ ଯାମଳ ଅର୍ଜୁନ ll
ମାଟି ଖିଆ ପାଟି ମଧ୍ୟରେ ଯଶୋଦା
ସାରା ବ୍ରହ୍ମାଣ୍ଡ ଦର୍ଶନ l
ଗୋପାଳଙ୍କ ମେଳେ ହୋରି ଖେଳୁଥାନ୍ତି
ଗୋପରେ ନନ୍ଦ ରାଜନ ll
ବସୁଦେବ ଦଇବକୀଙ୍କ ବିବାହ
କଂସ ଚାଳଇ ସ୍ୟନ୍ଦନ l
ଯଶୋଦା କୋଳରେ ଅମ୍ବିକା ଜନମ
ଦେବକୀ କାରା କଷଣ ll
ମିଛେ ଗଲି ବୃନ୍ଦାବନ ସଜନୀ ଲୋ
ମିଛେ ଗଲି ବୃନ୍ଦାବନ l
ଶ୍ରୀକ୍ଷେତ୍ରରେ ବିଜେ ଦ୍ୱାପରର କାହ୍ନା
ପ୍ରଭୁ ନୀଳାଦ୍ରୀ ମଣ୍ଡନ ll
ନିତ୍ୟ ରାସ ଏହି ମରତ ବୈକୁଣ୍ଠେ
ଏହି ଗୁପ୍ତ ବୃନ୍ଦାବନ l
ପାଦ ପାଣି ନାହିଁ ସବୁ କରୁଥାଇ
ପ୍ରଭୁ ଶ୍ରୀ ଚକାନୟନ ll
🙏🙏🙏
ଅର୍ଜୁନୀ
———————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.