କନ୍ୟାରତ୍ନ

(କନ୍ୟା ଦିବସର ଅନୁଚିନ୍ତା)

କନ୍ୟା ରତ୍ନ ଅଟେ ମହାଧନ ସାଧୁ ଶୁଣ l
କନ୍ୟାକୁ ସଜ୍ଜନ କର ନାହିଁ ହୀନିମାନ ll
ଦୁଇକୁଳ ହିତା ଯେଣୁ ନାମ ତା ଦୁହିତା l
ଅବଳା ଦୁର୍ବଳା ନୁହେଁ ସୁବର୍ଣ୍ଣ ସଳିତା ll
ତିନିରୂପେ ତାର ଅଟେ ମାତୃରୂପୀ କାୟା l
ଜନନୀ,ଭଗୀନୀ ପୁଣି ସେହିଅଟେ ଜାୟା ll
ଅହଲ୍ୟା,ଦ୍ରୌପଦୀ,କୁନ୍ତୀ,ମନ୍ଦୋଦରୀ,ତାରା l
ଶୁଭ କାର୍ଯ୍ୟରେ ସ୍ମରଣ ହୋଇଥାନ୍ତି ପରା l
କନ୍ୟା ଦାନ ସମ ଦୁନିଆଁରେ ନାହିଁ ପୁଣ୍ୟ l
ଶକୁନ୍ତଳା ଦାନ କରି ଧନ୍ୟ ହେଲେ କଣ୍ୱ ll
ବୈଦର୍ଭି ଙ୍କୁ ଦାନ କରି ଭୀଷ୍ମକ ରାଜନ l
ଜାମାତା ଲଭିଲେ ପ୍ରଭୁ କୃଷ୍ଣ ଭଗବାନ ll
ଭୂମି କର୍ଷଣରୁ ପାଇ ଭୂମିଜା ସୀତାଙ୍କୁ l
ଯତନେ ପାଳିଲେ ଋଷି ଜନକ ତାହାଙ୍କୁ ll
ସାଦରେ ତାହାଙ୍କୁ ପୁଣି କରି ସମର୍ପଣ l
ଜାମାତା ଲଭିଲେ ପ୍ରଭୁ କୌଶଲ୍ୟା ନନ୍ଦନ ll
ଲୋପାମୁଦ୍ରା ମହତାରି ମୈତ୍ରେୟୀ ଗାର୍ଗେୟୀ l
ବେଦ ମନ୍ତ୍ର ରଚି ଥିଲେ ଜାଣି ଅଛ ଭାଈ ll
ଅନ୍ତରୀକ୍ଷେ ଉଡ଼ି ତେରେସ୍କୋଭା ଭାଲେନ୍ତିନା l
ଯାଦୁ ଦେଖାଇଲେ ପୁଣି ଭଉଣୀ କଳ୍ପନା ll
ଉତ୍ତୁଙ୍ଗ ଗିରି ଚଢ଼ିଲେ ବଚେନ୍ଦୀରୀ ପାଲ l
କନ୍ୟା ମାନେ କରିଛନ୍ତି ଏଭଳି କମାଲ ll
ଇତିହାସ ପୁରାଣରେ କେତେ କନ୍ୟା କଥା l
ଗୋଟି ଗୋଟି ଚିନ୍ତା କଲେ ଘୁରିଯିବ ମଥା ll
ହୀନ ମଣ ନାହିଁ କେବେ ଅବଳା ତନୁଜା l
ପାର୍ବଣେ ହୁଅଇ ଏବେ କନ୍ୟାଙ୍କର ପୂଜା ll
🙏🙏🙏
ଅର୍ଜୁନୀ
——————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.